ନୂଆଦିଲ୍ଲୀ,୧୦।୫: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଜାଳିଆ ଡ୍ୟାନ୍ସ ଭିଡିଓ ଭାଇରାଲ ପରେ ଏବେ ପଶ୍ଚିମ ମମତା ବାନାର୍ଜୀଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ସୋସିଆଲ ମିଡିଆରେ ମୋଦିଙ୍କ ମୁହଁ ସହିତ ଏକ ଆନିମେଟେଡ ଭିଡିଓ ପୋଷ୍ଟ କରାଯାଇଥିଲା। ଏଥିରେ ସେ ନାଚୁଥିବା ନଜର ଆସିଛନ୍ତି, ଯାହାକୁ ନିଜେ ମୋଦି ଶେୟାର କରିଛନ୍ତି।
କିନ୍ତୁ ମମତା ବାନାର୍ଜୀଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ସେ ରାଗିକି ନିଆଁବାଣ ହୋଇପଡିଛନ୍ତି। ଭିଡିଓ ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଦିଦିଙ୍କ କୋଲକାତା ପୋଲିସ ଚେତାବନୀ ଦେଇଥିଲା, କିନ୍ତୁ ପରେ ଚେତାବନୀ ଟୁଇଟ ମଧ୍ୟ ୱେବସାଇଟରୁ ଡିଲିଟ କରାଯାଇଥିଲା।
ଏହାପୂର୍ବରୁ ଜଣେ ବ୍ୟକ୍ତି ମମତା ବାନାର୍ଜୀଙ୍କ ଏକ କାର୍ଟୁନ ଫଟୋ ତିଆରି କରିଥିଲେ, ଯାହା ପରେ ମମତା ବାନାର୍ଜୀ ସେହି ବ୍ୟକ୍ତିଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏହି ମାମଲା ୧୧ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ଏବଂ ପରେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ।