Categories: ଜାତୀୟ

ଇଣ୍ଡିଆ ବ୍ଲକ୍‌ ବୈଠକରେ ଯୋଗଦେବେ ନାହିଁ ମମତା

କୋଲକାତା,୨୭ା୫: ଲୋକ ସଭା ନିର୍ବାଚନର ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଜୁନ୍‌ ୧ରେ ଅନୁଷ୍ଠିତ ହେଉଥିବା ବେଳେ ସେଦିନ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ସବୁ ସହଯୋଗୀ ଦଳର ନେତାମାନଙ୍କ ବୈଠକ ଡକାଯାଇଛି। ବୈଠକକୁ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ଓ ତାଙ୍କ ପୁତୁରା ଅଭିଷେକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ମମତା ବୈଠକରେ ଯୋଗଦେବେ ନାହିଁ ବୋଲି ସୋମବାର କହିଛନ୍ତି।

ସପ୍ତମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୯ ଆସନରେ ମତଦାନ ଥିବାରୁ ସେ ସେଥିରେ ବ୍ୟସ୍ତ ରହିବେ। ଏଥିସହିତ ବାତ୍ୟା ରେମାଲ ଯୋଗୁ ପଶ୍ଚିମବଙ୍ଗ କ୍ଷତିଗ୍ରସ୍ତ ହୋଇଛି। ଗୋଟିଏ ପଟେ ନିର୍ବାଚନ ଓ ଅନ୍ୟ ପଟେ ବାତ୍ୟା ସହାୟତା କାମ ଛାଡ଼ି ସେ କିପରି ବୈଠକରେ ଯୋଗଦେବାକୁ ଯିବେ ବୋଲି ମମତା ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କଲାବେଳେ ପ୍ରଶ୍ନ କରିଛନ୍ତି।

Share