Categories: ଜାତୀୟ

ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଦିଦି

କୋଲକାତା,୫ ।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସେ ଏହି ଚିଠି ଲେଖିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ପେଟ୍ରୋଲ, ଡିଜେଲ ଉପରେ କେନ୍ଦ୍ର ଯେଉଁ ଟ୍ୟାକ୍ସ ନେଉଛି ତାକୁ କମ୍ କରାଯାଉ । ଏହାସହ ଦେଶରେ ଚାଲିଥିବା ମହଙ୍ଗା ମାଡ ଉପରେ ବି କେନ୍ଦ୍ର ସରକାର ଧ୍ୟାନ ଦିଅନ୍ତୁ । ମମତା ଲେଖିଛନ୍ତି ଏବେ ଅନେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କା ଉପରକୁ ଚାଲି ଗଲାଣି । ୪ ମେ, ୨୦୨୧ ପରେ ଆପଣଙ୍କ ସରକାର ୮ ଥର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି । ଜୁନ୍ ମାସରେ ୬ଥର ଓ ଏକ ସପ୍ତାହରେ ୪ ଥର ତୈଳ ଦର ବୃଦ୍ଧି କରାଯାଇଛି । ଯାହା ଆଶ୍ଚର୍ଯ୍ୟ ଲାଗେ ଆଉ ଏଥିରେ ସାଧାରଣ ନାଗରିକ ଚିନ୍ତାରେ ପଡିଯାଇଛନ୍ତି ।

Share