Categories: ଜାତୀୟ

ଦିଦିରୁ ଆମ୍ମା ହୋଇଗଲେ ମମତା!

କୋଲକାତା,୧୭ ।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଏକ ଭିନ୍ନ ପରିଚୟ ତାମିଲନାଡୁରେ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ଦିଦି ଏବେ ଆମ୍ମା ହୋଇଯାଇଛନ୍ତି । ଏହାର ପ୍ରମାଣ ଦେଉଛି ଦକ୍ଷିଣ ଭାରତୀୟ ରାଜ୍ୟର ପାଚିରିରେ ଅଙ୍କା ଯାଇଥିବା ତାଙ୍କ ଚିତ୍ର । ସେଠାରେ ତାଙ୍କୁ ଆମ୍ମା ବୋଲି କହି ସମ୍ବୋଧିତ କରାଯାଉଛି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କୁ ସେଠାରେ ଆମ୍ମା ବୋଲି ସମ୍ବୋଧନ କରାଯାଉଥିଲା । ଏବେ ମମତାଙ୍କ ଏହି ଚିତ୍ରକୁ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି) ମନ୍ତ୍ରୀ ଗତ ମେ’ରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ସହ ଯୋଡୁଛନ୍ତି । ତାମିଲରେ ଆମ୍ମାର ଅର୍ଥ ହେଉଛି ମା’ । ପଶ୍ଚିମବଙ୍ଗରେ ଦିଦି ଓ ତାମିଲନାଡୁରେ ଆମ୍ମାଙ୍କ ରାଜନୈତିକ ଦୃଷ୍ଟିଭଙ୍ଗି ଏକାଭଳି । ପଶ୍ଚିମବଙ୍ଗ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ସୁବ୍ରତ ମୁଖାର୍ଜୀ କହିଛନ୍ତି. ପଶ୍ଚିମବଙ୍ଗରେ ଚଳିତ ଥର ହୋଇଥିବା ନିର୍ବାଚନକୁ ସାରା ଦେଶ ଦେଖୁଥିଲା । ରାଷ୍ଟ୍ରୀୟ ସ୍ତରରେ ଦିଦିଙ୍କର କେତେ ଯେ ଖାତିର ରହିଛି ତାହା ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି । ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ ସବୁଠାରେ ଦିଦଙ୍କର ଭିନ୍ନ ପରିଚୟ ରହିଛି ବୋଲି ସେ କହିଛନ୍ତି ।

Share