Categories: ଜାତୀୟ

ଭାଜପାକୁ କଡା ଚ୍ୟାଲେଞ୍ଜ୍‌ ଦେଲେ ଦିଦି: ଦମ୍‌ ଅଛି ତ ୩୦ ଆସନ ଜିତି ଦେଖାଅ

କୋଲକତା,୨୯।୧୨: ପୁଣି ଭାଜପା ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବୀରଭୂମରେ ମଙ୍ଗଳବାର ପଦଯାତ୍ରା ବାହାର କରି ଏକ ରାଲିରେ ସମ୍ବୋଧିତ କରିଥିଲେ। ମମତା ଏଠାରେ ଭାଜପାକୁ କଡା ଚ୍ୟାଲେଞ୍ଜ କରି କହିଥିଲେ ଯେ, ଭାଜପା ପ୍ରଥମେ ପଶ୍ଚିମବଙ୍ଗରେ ୩୦ଟି ଆସନ ଜିତି ଦେଖାଉ ପରେ ୨୯୪ର ସ୍ବପ୍ନ ଦେଖିବ। ଭାଜପା ନେତାମାନେ ପ୍ରତି ସପ୍ତାହରେ ପଶ୍ଚିମବଙ୍ଗ ଆସୁଛନ୍ତି, ପଞ୍ଚ ତାରକା ହୋଟେଲ ଖାଦ୍ୟ ଖାଉଛନ୍ତି। କିନ୍ତୁ ଲୋକଙ୍କୁ ଦର୍ଶାଉଛନ୍ତି ଯେ ସେମାନେ ଆଦିବାସୀଙ୍କ ସହ ଖାଦ୍ୟ ଖାଉଛନ୍ତି। ଆମେ ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋରଙ୍କ ସହ ୩୬୫ ଦିନ ରହିଛୁ, କିନ୍ତୁ ପ୍ରତିଦିନ ଭାଜପା ନକଲି ଭିଡିଓ ଭାଇରାଲ କରି ସମାଜକୁ ଭାଗ କରିବା ପାଇଁ କାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଲିରେ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଥିଲେ। କେତେବେଳେ ସେ ଟାଗୋର ହେବାକୁ ଚାହୁଁଥିବାବେଳେ ଆଉ କେତେବେଳେ ଗାନ୍ଧୀ ଜୀ ହେବାକୁ ଚାହୁଁଛନ୍ତି। କେନ୍ଦ୍ରୀୟ ଏଜେନ୍ସି ଏବଂ ଟଙ୍କା ବ୍ୟବହାର କରି ଭାଜପା ନେତାମାନେ ପଶ୍ଚିମବଙ୍ଗ ବୁଲିବାକୁ ଚାହୁଁଥିବା ସେ କହିଛନ୍ତି।

Share