Categories: ଜାତୀୟ

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମମତାଙ୍କ ଘରେ ବିଶେଷ ପୂଜା!

କୋଲକାତା,୨୬ ।୨: ନିର୍ବାଚନ କମିଶନଙ୍କ ଦ୍ୱାରା ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରଯାଇଥିବା ବେଳେ ଏଥିରେ ୫ ରାଜ୍ୟର ବିଧାନସଭା ପାଇଁ ତାରିଖ ଘୋଷଣା କରାଯିବ ବୋଲି ଅନୁମାନ କରାଯାଇଛି । ହେଲେ ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ ଏକ ବିଶେଷ ପୂଜାର ଆୟୋଜନ କରାଯାଇଥିବା ସୂଚନା ମିଳିଛି । କୋଲକାତା ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏହି ପୂଜାର ଆୟୋଜନ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ପୂଜାରେ ମମତାଙ୍କୁ ଦେଖିବାକୁ ମିଳି ନ ଥିବା ବେଳେ ସେ ଏହି ପୂଜାରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରାୟ ସବୁ ରାଜନୈତିକ ଦଳ ନିଜ ନିଜର ଶକ୍ତି ଖଟାଇଲେଣି । ମମତା ବି ସବୁବେଳେ ଆକ୍ସନ ମୁଡରେ ଥିବା ଲକ୍ଷ୍ୟ କରାଯାଇଛି । ନିକଟରେ ତୈଳ ଦର ବୃଦ୍ଧି ପ୍ରତିବାଦରେ ମମତା ନିଜେ ସ୍କୁଟି ଚଲାଇ ଯିବା ଓ ଇ-ସ୍କୁଟରରେ ରାଲି ବାହାର କରିବା ଦେଖାଯାଇଥିଲା । ଅନ୍ୟପଟେ ଭାରତୀୟ ଜନତା ପାର୍ଟି(ଭାଜପା)ର ରାକେଶ ସିହ୍ନା କହିଛନ୍ତି ଏଥର ପଶ୍ଚିମବଙ୍ଗରେ ଭାଜପା ଶାସନ କ୍ଷମତାକୁ ଆସିବ । କାରଣ ଏଠାରେ ଯେଉଁଭଳି ଭାବେ ଅରାଜକତା, ହିଂସା ଓ କୁସାଶନ ବଢି ଚାଲିଛି ଏଥିପାଇଁ କେବଳ ଭାଜପା ସରକାରର ଆବଶ୍ୟକତା ରହିଛି ।

Share