Posted inଜାତୀୟ

ମହାରାଷ୍ଟ୍ର-ଦିଲ୍ଲୀରେ ଭାଜପା ଜିତିବା ନେଇ ମମତା ଆଣିଲେ ବଡ଼ ଅଭିଯୋଗ, କହିଲେ ନିର୍ବାଚନ କମିଶନ ନିରପେକ୍ଷ…

କୋଲକାତା,୨୭ା୨: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସକ୍ରିୟ ହୋଇ ଉଠିଛନ୍ତି। ସେ ଗୁରୁବାର କୋଲକାତାର ନେତାଜୀ ଷ୍ଟାଡିୟମରେ ସମସ୍ତ ଏମ୍‌ପି ଏବଂ ବିଧାୟକଙ୍କ ସହିତ ବ୍ଲକସ୍ତରୀୟ ନେତାମାନଙ୍କର ଏକ ବୈଠକ ଡକାଇଛନ୍ତି। ଏହି ବୈଠକରେ ସେ ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ଭାଜପାର ବିଜୟ ପାଇଁ ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳୀକୁ ଦାୟୀ କରିଥିଲେ।

ମମତା କହିଛନ୍ତି, ‘ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ, ଭାଜପା ହରିୟାଣା ଏବଂ ଗୁଜରାଟର ଲୋକଙ୍କ ନକଲି ଭୋଟ ତିଆରି କରି ନିର୍ବାଚନ ଜିତିଛି।’ ସେ କର୍ମୀମାନଙ୍କ ସମ୍ମୁଖରେ ଘୋଷଣା କଲେ ଯେ, ଯଦି ଆବଶ୍ୟକ ହୁଏ, ତେବେ ଆମେ ଭୋଟର ତାଲିକାରୁ ନକଲି ଭୋଟରଙ୍କ ନାମ ବାଦ୍‌ ଦେବା ଦାବିରେ ନିର୍ବାଚନ କମିଶନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦେବୁ।

ବୈଠକରେ ମମତା ଜ୍ଞାନେଶ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରି ଭାଜପା ନିର୍ବାଚନ କମିଶନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ। ସେ କହିଛନ୍ତି ଯେ, ନିର୍ବାଚନ କମିଶନ ନିରପେକ୍ଷ ନ ହେଲେ ମୁକ୍ତ ଏବଂ ନିରପେକ୍ଷ ନର୍ବାଚନ ହୋଇପାରିବ ନାହିଁ।

ଏହି ବୈଠକରେ କର୍ମୀମାନଙ୍କୁ ସମ୍ବୋଧିତ କରି ଟିଏମ୍‌ସି ମହାସଚିବ ଅଭିଷେକ ବାନାର୍ଜୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ତାଙ୍କର କୌଣସି ମତଭେଦ ନାହିଁ। ସେ କହିଥିଲେ ଯେ, ମୁଁ ତୃଣମୂଳ କଂଗ୍ରେସର ଜଣେ ବିଶ୍ୱସ୍ତ ସୈନିକ ଏବଂ ମୋର ନେତ୍ରୀ ହେଉଛନ୍ତି ମମତା ବାନାର୍ଜୀ। ଭାରତୀୟ ଜନତା ପାର୍ଟିରେ ଯୋଗଦେବା ନେଇ ହେଉଥିବା କଳ୍ପନାଜଳ୍ପନାକୁ ପ୍ରତ୍ୟାଖ୍ୟାନ କରି ଅଭିଷେକ କହିଛନ୍ତି, ‘ଯେଉଁମାନେ କହୁଛନ୍ତି ଯେ, ମୁଁ ଭାଜପାରେ ଯୋଗଦେଉଛି, ସେମାନେ ମିଥ୍ୟା ଗୁଜବ ପ୍ରଚାର କରୁଛନ୍ତି।’

ସେ କହିଲେ, ‘ମୁଁ ସେହି ଲୋକମାନଙ୍କୁ ଜାଣେ ଯେଉଁମାନେ ଏପରି ମିଥ୍ୟା ଖବର ପ୍ରସାରଣ କରୁଛନ୍ତି।’ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ସେମାନଙ୍କର କିଛି ସ୍ବାର୍ଥ ଅଛି। ଡାଇମଣ୍ଡ ହର୍ବରରୁ ଏମ୍‌ପି ବାନାର୍ଜୀ ମଧ୍ୟ କହିଛନ୍ତି ଯେ, ସେ ଗତ ବିଧାନସଭା ନିର୍ବାଚନ ସମୟରେ ଯେପରି ଦଳ ଭିତରେ ବିଶ୍ୱାସଘାତକମାନଙ୍କୁ ପର୍ଦ୍ଦାଫାଶ କରିଥିଲେ, ସେପରି ସେ ଜାରି ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri