Categories: ଜାତୀୟ

ମୋଦିଙ୍କୁ ଅସନ୍ତୁଷ୍ଟ କଲାଭଳି କିଛି କରିବେନି ମମତା ଦିଦି: ଅଧିର ରଞ୍ଜନ…

କୋଲକାତା,୨୨।୧ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଟାର୍ଗେଟ କରିଛନ୍ତି। ସେ ଉଭୟ ନେତାଙ୍କୁ ଏକ ବିଚାର ଧାରାର ବ୍ୟକ୍ତିତ୍ୱ ବୋଲି ବର୍ଣ୍ଣନା କରିଛନ୍ତି। ମମତା ବାନାର୍ଜୀ ଏବଂ ମୋଦିଙ୍କ ମଧ୍ୟରେ ବୁଝାମଣା ରହିଛି। ମମତା ଦିଦି ଏପରି କିଛି କରିପାରିବେ ନାହିଁ ଯାହା ମୋଦିଙ୍କୁ ଅସନ୍ତୁଷ୍ଟ କରିବ। ଯେତେବେଳେ ମୋଦି କୁହନ୍ତି କଂଗ୍ରେସ ମୁକ୍ତ ଭାରତ, ସେତେବେଳେ ମମତା ମଧ୍ୟ କହିଥାନ୍ତି ଯେ କଂଗ୍ରେସକୁ ପଶ୍ଚିମବଙ୍ଗରୁ ହଟାଇବା ଉଚିତ। ଅନେକ ଲୋକ ଭାରତ ଯୋଡୋ ଯାତ୍ରାକୁ ପ୍ରଶଂସା କରୁଛନ୍ତି, କିନ୍ତୁ ଏଦୁହେଁ ଏହାକୁ ବୁଝି ପାରୁ ନାହାନ୍ତି।

ମୋଦି ଏବଂ ମମତାଙ୍କ ମଧ୍ୟରେ ଏକ ରାଜନୈତିକ ଚୁକ୍ତି ହୋଇଛି। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ହୋଇଥିବା ବୈଠକ ସମ୍ପର୍କରେ ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମମତାଙ୍କ ସହ ଆପୋଷ ବୁଝାମଣା କରିବାକୁ ରାଜ୍ୟ ଗସ୍ତ କରୁଛନ୍ତି। ମୋଦିଙ୍କ ଗସ୍ତ ପରେ ମମତାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ନିଶ୍ଚିତ ମନ୍ଥର ହୋଇଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିଥିଲେ। ଏହାକୁ ନେଇ ଅଧିରରଞ୍ଜନ କଟାକ୍ଷ କରିଥିଲେ ଯେ କୌଣସି ପ୍ରଧାନମନ୍ତ୍ରୀ ଟ୍ରେନର ଶୁଭାରମ୍ଭ କରୁଛନ୍ତି ବୋଲି ଆମେ କେବେ ଶୁଣି ନ ଥିଲୁ। ମୁଁ ମଧ୍ୟ ରେଳମନ୍ତ୍ରୀ ଥିଲି, କିନ୍ତୁ ପ୍ରଧାନମନ୍ତ୍ରୀ ମନମୋହନ ସିଂ କୌଣସି ଟ୍ରେନର ଶୁଭାରମ୍ଭ କରି ନ ଥିଲେ।

Share