Categories: ଜାତୀୟ

ମମତା ଚାହୁଁ ନାହାନ୍ତି କୋଲକାତା ମାମଲାର ଗୁମର ଫିଟୁ: ଅଧିର ରଞ୍ଜନଙ୍କ ବଡ଼ ଅଭିଯୋଗ

କୋଲକାତା,୨୯।୮: କୋଲକାତା ଆର.ଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ପ୍ରତି ଅତ୍ୟାଚାର ଘଟଣାକୁ ନେଇ ଦିନକୁ ଦିନ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ବର୍ତ୍ତମାନ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି।
ସୂଚନାଯୋଗ୍ୟ, କଂଗ୍ରେସ ନେତା ଅଧିର ରଂଜନ ଚୌଧରୀଙ୍କ ସମେତ କଂଗ୍ରେସ କର୍ମୀମାନେ କୋଲକାତାରେ ବଳାତ୍କାର ହତ୍ୟା ମାମଲା ବିରୋଧରେ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଅଧିର ରଂଜନ ଚୌଧୁରୀ କଳା ପୋଷାକ ପିନ୍ଧି ନିଜର ବିରୋଧ ପ୍ରଦର୍ଶନ କରିଥିଲେ। କଂଗ୍ରେସ କର୍ମୀମାନେ ମଧ୍ୟ ଏହି ପ୍ରଦର୍ଶନରେ ପାର୍ଟି ପତାକା ଉତ୍ତୋଳନ କରିଥିଲେ ଏବଂ ସ୍ଲୋଗାନ ଦେଇଥିଲେ।
କଂଗ୍ରେସ ନେତା ଶ୍ରୀ ଚୌଧୁରୀ କହିଛନ୍ତି, ‘ବଙ୍ଗଳାବାସୀ ତଥା ମୃତ ଡାକ୍ତରଙ୍କ ପରିବାରବର୍ଗଙ୍କ ଦାବିରେ ଆମେ ଯୋଗ ଦେଉଛୁ। ମମତା ବାନାର୍ଜୀ ନିଜେ ଚାହୁଁ ନାହାଁନ୍ତି ଯେ ଏହି ଘଟଣାର ସଠିକ ଅନୁସନ୍ଧାନ କରାଯାଉ କାରଣ ଅନେକ ରହସ୍ୟ ସାମ୍ନାକୁ ଆସିବ, ସେ ଏହା ଚାହାଁନ୍ତି ନାହିଁ, ତେଣୁ ସେ ନିର୍ବୋଧ କଥା କହି ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଲୋକମାନେ ତାଙ୍କୁ କ୍ଷମା କରିବେ ନାହିଁ। କାରଣ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି।

Share