ନାମାଙ୍କନ ଭରିଲେ ମମତା

ଭୁବନେଶ୍ୱର,୨୧।୮: ଭାଜପା ରାଜ୍ୟ ସଭା ପ୍ରାର୍ଥୀ ମମତା ମହାନ୍ତ ନାମାଙ୍କନ କରିଛନ୍ତି। ମମତା ମହାନ୍ତ ବିଧାନସଭାରେ ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ତାଙ୍କ ସହିତ ଉପସ୍ଥିତ ଥିବା ବେଳେ ଭାଜପା ନେତୃବୃନ୍ଦ ସାମିଲଥିଲେ।
ମଙ୍ଗଳବାର ଭାଜପା ମମତା ମହନ୍ତଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କରିଥିଲା। ତେବେ ଭାଜପା ପାଖରେ ସଂଖ୍ୟା ଦୃଷ୍ଟିରୁ ଆବଶ୍ୟକ ସଦସ୍ୟ ରହିଥିବାରୁ ମମତା ଏକପ୍ରକାର ରାଜ୍ୟ ସଭାକୁ ଯିବା ନିଶ୍ଚିତ ହୋଇସାରିଛି। ତେବେ ଆବଶ୍ୟକତା ପଡିଲେ ସେପ୍ଟେମ୍ବର ୩ରେ ରାଜ୍ୟ ସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ସେହିଦିନ ସନ୍ଧ୍ୟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ନିକଟରେ ବିଜେଡି ଛାଡ଼ି ଭାଜପାରେ ମିଶିଥିଲେ ମମତା ମହନ୍ତ। ସେ ରାଜ୍ୟସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ମଙ୍ଗଳବାର ଭାଜପା ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲା।
ସୂଚନାଯୋଗ୍ୟ ଯେ, ମମତା ମହାନ୍ତଙ୍କୁ ୨୦୨୦ ମସିହାରେ ବିଜେଡି ରାଜ୍ୟସଭା ପଠାଇଥିଲା। ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଏବଂ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ବେଳେ ସେ ଅସନ୍ତୋଷ ଥିଲେ। ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଥିଲେ। ଏହାର ଗୋଟିଏ ଦିନ ପରେ ସେ ଭାଜପାରେ ଯୋଗ ଦେଇଥିଲେ। ଅନ୍ୟପକ୍ଷେ ଭାଜପାର ରାଜ୍ୟ ସଭା ପ୍ରାର୍ଥୀ ରେସ୍‌ରେ ମମତା ହିଁ ଆଗରେ ଥିଲେ।

Share