Categories: ଜାତୀୟ

ଚ୍ୟାଲେଞ୍ଜ୍‌ ଦେଲେ ମମତା

କୋଲକତା,୭।୯: ପଶ୍ଚିମବଙ୍ଗ ବିଧାନସଭାରେ ଗୁରୁବାର ବଙ୍ଗଳା ଦିବସ ସମ୍ପର୍କରେ ଏକ ପ୍ରସ୍ତାବ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ପ୍ରତିବର୍ଷ ଏପ୍ରିଲ ୧୫ରେ ବଙ୍ଗଳା ଦିବସ ପୋଇଲା ବୈଶାଖ (ବଙ୍ଗାଳୀ ନବବର୍ଷ) ରେ ପାଳନ କରାଯିବ। ସେହିପରି ରବୀନ୍ଦ୍ରନାଥ ଟାଗୋରଙ୍କ ଗୀତ ‘ବଙ୍ଗଳା ମାଟି, ବଙ୍ଗଳା ଜଲ’କୁ ବଙ୍ଗଳାର ରାଜ୍ୟ ଗୀତ ରୂପେ ପ୍ରସ୍ତୁତ କରିବା ପ୍ରସ୍ତାବକୁ ମୁଁ ସମର୍ଥନ କରୁଛି।
ବିଧାନସଭାର ନିଷ୍ପତ୍ତିକୁ ଅନୁମୋଦନ କରିବାରେ ରାଜ ଭବନ ପକ୍ଷରୁ ବିଳମ୍ବ ବିଷୟରେ ମମତା ଚ୍ୟାଲେଞ୍ଜ୍‌ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟପାଳ ସି.ଭି ଆନନ୍ଦ ବୋଷଙ୍କର ଅଧିକ କ୍ଷମତା ଅଛି କି ଲୋକଙ୍କ ପାଖରେ ଅଧିକ ଶକ୍ତି ଅଛି, ତାହା ଆମେ ଅଗକୁ ଦେଖିବା।
ପଶ୍ଚିମବଙ୍ଗର ୨୯୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୬୭ ସଦସ୍ୟ ଏହାର ସପକ୍ଷରେ ମତ ଦେଇଛନ୍ତି ଏବଂ ସଂକଳ୍ପ ପାରିତ କରିଛନ୍ତି। ୬୨ ଭାଜପା ବିଧାୟକ ଜୁନ ୨୦କୁ ବଙ୍ଗଳା ଦିବସ ଭାବରେ ପାଳନ କରିବାକୁ ଚାହୁଁଛନ୍ତି,ଯେଉଁ ଦିନ ବଙ୍ଗଳା ବିଧାନସଭା ବିଭାଜନ ସପକ୍ଷରେ ଭୋଟ ଦେଇଥିଲା। ଜୁନ୍‌ ୧୫ ବଙ୍ଗଳା ଦିବସ ପ୍ରସ୍ତାବ ବିରୋଧରେ ଭାଜପାର ବିଧାୟକମାନେ ଭୋଟ ଦେଇଛନ୍ତି। ଏଥି ସହିତ ଆଇଏସଏଫର ଏକମାତ୍ର ବିଧାୟକ ଭୋଟ୍‌ରେ ଭାଗ ନେଇ ନ ଥିଲେ।
ମମତା କହିଛନ୍ତି, ବଙ୍ଗଳାବାସୀ ଜୁନ୍‌ ୨୦କୁ ସମର୍ଥନ କରନ୍ତି ନାହିଁ। ଏହା ହିଂସା ଏବଂ ରକ୍ତପାତ ସହିତ ସମକକ୍ଷ। ବିଭାଜନକୁ ରାଜ୍ୟ ସ୍ଥାପନା ଦିବସ ଭାବରେ ଚିହ୍ନିତ କରେ।

Share