Categories: ଜାତୀୟ

ମମତାଙ୍କ ସରକାରକୁ ପୁଣି ଝଟ୍‌କା: ଲକ୍ଷ୍ମୀ ରତନ ମନ୍ତ୍ରୀ ପଦରୁ ଦେଲେ ଇସ୍ତଫା

କୋଲକାତା,୫।୧: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ମଙ୍ଗଳବାର ପୁଣି ଏକ ଝଟ୍‌କା ଲାଗିଛି। ମନ୍ତ୍ରୀ ପଦରୁ ତୃଣମୂଳ କଂଗ୍ରେସ ନେତା ଲକ୍ଷ୍ମୀ ରତନ ଶୁକ୍ଳା ଇସ୍ତଫା ଦେଇଛନ୍ତି। ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ମମତାଙ୍କୁ ସରକାରରେ କ୍ରୀଡ଼ା ମନ୍ତ୍ରୀ ଥିଲେ। ଏହା ସହିତ ସେ ହାଓ୍ବଡ଼ା ଜିଲା ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ତେବେ ଏବେ ସେ ଦଳର ସଦସ୍ୟ ରହିଥିବା କହିଛନ୍ତି। ସେ ରାଜନୀତିରୁ ଦୂରେଇ ରହିବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା କୁହାଯାଉଛି। ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏପରିସ୍ଥଳେ ଶାସକ ଦଳରେ ଜାରି ରହିଥିବା ଘର କଳିରୁ ବିରୋଧୀ ଭାଜପା ଲାଭାନ୍ବିତ ହେବ ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଲକ୍ଷ୍ମୀ ରତନ ଭାରତ ପାଇଁ ୩ ଏକ ଦିବସୀୟ ମ୍ୟାଚ୍‌ ଖେଳିଛନ୍ତି। ଏହା ସହିତ ସେ ଆଇପିଏଲରେ କୋଲକାତା ନାଇଟ୍‌ ରାଇଡର୍ସ, ଦିଲ୍ଲୀ ଡେୟାରଡେଭିଲ୍‌ ଏବଂ ସନ୍‌ରାଇଜ୍‌ ହାଇଦ୍ରାବାଦ୍‌ ସହ ଖେଳିଛନ୍ତି।

Share