Categories: ଜାତୀୟ

କୃଷି ଆଇନ୍‌ ବିରୋଧରେ ବିଧାନସଭାରେ ପ୍ରସ୍ତାବ ଆଣିବେ ମମତା ସରକାର

କୋଲକତା,୨୭।୧: ରାଜଧାନୀ ଦିଲ୍ଲୀରେ ନୂଆ କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ବିଧାନସଭାରେ କୃଷି ଆଇନ ବିରୋଧରେ ଏକ ପ୍ରସ୍ତାବ ଆଣିବେ। କୃଷି ଆଇନ୍‌ ରଦ୍ଦ କରାଯିବା ନେଇ ଏହି ପ୍ରସ୍ତାବ ଅଣାଯିବ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗ ବିଧାନସଭାର ଦୁଇଦିବସୀୟ ବିଶେଷ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନର ଦ୍ୱିତୀୟ ଦିନରେ ୧୬୯ ଧାରା ଅନୁଯାୟୀ ଏହି ପ୍ରସ୍ତାବ ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଆଗତ କରିବେ। କୃଷି ଆଇନକୁ ନେଇ ପ୍ରଥମେ ଚର୍ଚ୍ଚା ହେବ ଏହାପରେ ପ୍ରସ୍ତାବ ଆଗତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Share