Categories: ଜାତୀୟ

ମମତା, ରାଜ୍ୟପାଳ କଳି: ପରସ୍ପର ପାଇଁ ଲକ୍ଷ୍ମଣ ରେଖା ଟାଣିବାକୁ ଚେଷ୍ଟା କରନ୍ତୁ ନାହିଁ…

କୋଲକତା,୨୯।୮ : ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି। ବେଳେବେଳେ ରାଜ୍ୟପାଳ ଏବଂ ସିଏମ ପରସ୍ପରକୁ ଟାର୍ଗେଟ କରୁଛନ୍ତିି। ରାଜ୍ୟପାଳ ମମତାଙ୍କ କଡ଼ା ସମାଲୋଚନା କରି କହିଛନ୍ତି ମୁଁ ସର୍ବଦା ରାଜ୍ୟ ସରକାରଙ୍କ ସହ ସହଯୋଗ କରିବେ କିନ୍ତୁ ସେମାନେ ଯାହା ବି କରିବେ ତାହାକୁ ସମର୍ଥନ କରାଯାଇପାରିବ ନାହିଁ। ପରସ୍ପର ପାଇଁ ଲକ୍ଷ୍ମଣ ରେଖା ଟାଣିବାକୁ ଚେଷ୍ଟା ନ କରିବା ଉଚିତ।

ରାଜ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ସମ୍ମାନିତ ସାମ୍ବିଧାନିକ ସହଯୋଗୀ ଭାବେ କାର୍ଯ୍ୟ କରିଥାନ୍ତି। ଗଣତନ୍ତ୍ରରେ ସରକାରଙ୍କ ଚେହେରା ମନୋନୀତ ମୁଖ୍ୟମନ୍ତ୍ରୀ ହୋଇଥାନ୍ତି। ମନୋନୀତ ରାଜ୍ୟପାଳ ନୁହଁନ୍ତି। ସମସ୍ତେ ନିଜ ନିଜ କ୍ଷେତ୍ରରେ ନିଜର ଭୂମିକା ଗ୍ରହଣ ପାଳନ କରିବା ଆବଶ୍ୟକ। ସମସ୍ତଙ୍କ ପାଇଁ ଲକ୍ଷ୍ମଣ ରେଖା ଅଛି। ଲକ୍ଷ୍ମଣ ରେଖା ଅତିକ୍ରମ କରନ୍ତୁ ନାହିଁ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅନ୍ୟମାନଙ୍କ ପାଇଁ ଲକ୍ଷ୍ମଣ ରେଖା ଟାଣିବାକୁ ଚେଷ୍ଟା କରନ୍ତୁ ନାହିଁ। କାରଣ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟରେ ସହଯୋଗୀ ସାମ୍ବିଧାନିକ ଭାବନା ରହିବା ଜରୁରୀ।

ଏହାପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ରାଜ୍ୟପାଳ ବୋଷ ସାମ୍ବିଧାନିକ ନିୟମ ଉଲ୍ଲଂଘନ କରୁଛନ୍ତି। ତାଙ୍କର ଅସାମ୍ବିଧାନିକ କାର୍ଯ୍ୟକଳାପକୁ ମୁଁ ସମର୍ଥନ କରୁନାହିଁ। ନିର୍ବାଚିତ ସରକାରଙ୍କ ସହ ରାଜ୍ୟପାଳ ମୁହାଁମୁହିଁ ନ ହେବା ଆବଶ୍ୟକ। ରାଜ୍ୟପାଳ ତାଙ୍କ ବନ୍ଧୁମାନଙ୍କୁ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତ କରୁଛନ୍ତି।

ଏହାର ଜବାବରେ ରାଜ୍ୟପାଳ ଆନନ୍ଦ ବୋଷ କହିଛନ୍ତି ବିଶ୍ୱବିଦ୍ୟାଳୟ ଆଇନ କୁହ ନାହିଁ କୁଳପତିମାନେ ଶିକ୍ଷାବିତ ହେବା ଆବଶ୍ୟକ। ମୁଁ ଜଣେ ପୂର୍ବତନ ପ୍ରଧାନ ବିଚାରପତି ଏବଂ ଜଣେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀଙ୍କୁ ସେମାନଙ୍କର ଯୋଗ୍ୟତା ଆଧାରରେ କାର୍ଯ୍ୟକାରୀ ଭିସି ଭାବରେ ନିଯୁକ୍ତ କରିଛି ଏବଂ ବିଶ୍ୱବିଦ୍ୟାଳୟର ଆଇନ ଅନୁଯାୟୀ ଯେକୌଣସି ବ୍ୟକ୍ତିଙ୍କୁ ମଧ୍ୟବର୍ତ୍ତୀ ଭିସି ଭାବରେ ନିଯୁକ୍ତ କରାଯାଇପାରିବ।

କୋଲକାତା ହାଇକୋର୍ଟ କହିଛନ୍ତି କୁଳପତିଙ୍କ ନିଯୁକ୍ତି ସମ୍ପର୍କରେ ରାଜ୍ୟ ସହିତ ରାଜ୍ୟପାଳ ପରାମର୍ଶ କରିବା ଆବଶ୍ୟକ, କିନ୍ତୁ ଉପ-କୁଳପତି ନିଯୁକ୍ତିରେ ତାଙ୍କୁ ରାଜ୍ୟର ସହମତିର ଆବଶ୍ୟକ ନାହିଁ। ପ୍ରତିଷ୍ଠିତ ବୈଦେଶିକ ବିଶ୍ୱବିଦ୍ୟାଳୟ, ଆଇଆଇଏମ ଏବଂ ଆଇଆଇଟିରେ ଉଚ୍ଚ ବୈଷୟିକ ପଦବୀରେ ନିଯୁକ୍ତି ପାଇବାକୁ ପଶ୍ଚିମବଙ୍ଗର ଅନେକ ଲୋକ ଅଛନ୍ତି ଯେଉଁମାନେ ରାଜ୍ୟ ଲାଗି ସେବା କରିବାକୁ ଆଗ୍ରହୀ। ଆମେ ଦେଖିବୁ କିପରି ଆମେ ରାଜ୍ୟକୁ ଏକ ଉନ୍ନତ ଶିକ୍ଷା କେନ୍ଦ୍ରରେ ପରିଣତ କରିପାରିବା। ତେଣୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ପଶ୍ଚିମବଙ୍ଗର ରାଷ୍ଟ୍ରାୟତ୍ତ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ରାଜ୍ୟପାଳ କର୍ନାଟକର ପୂର୍ବତନ ମୁଖ୍ୟ ବିଚାରପତି ଏସ.କେ ମୁଖାର୍ଜୀଙ୍କୁ ରବୀନ୍ଦ୍ର ଭାରତ ବିଶ୍ୱବିଦ୍ୟାଳୟର ମଧ୍ୟବର୍ତ୍ତୀକାଳୀନ ଭିସି ଏବଂ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଏମ ୱହାବଙ୍କୁ ଆଲିଆ ବିଶ୍ୱବିଦ୍ୟାଳୟର ମଧ୍ୟବର୍ତ୍ତୀ ଭିସି ଭାବରେ ନିଯୁକ୍ତ କରିଛନ୍ତି।

Share