ଓଡ଼ିଶାରେ ମମତା : ଆହତମାନଙ୍କର ଚିକିତ୍ସା ନେଇ କରିଛନ୍ତି ଆଲୋଚନା

ଭୁବନେଶ୍ୱର ଅଫିସ,୬।୬(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିନ ୨ଟା ବେଳେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସେଠାରୁ ସେ କଟକ ଗସ୍ତ କରିଥିଲେ। ରେଭେନ୍ସା ପରିସରରେ ସେ ହେଲିପ୍ୟାଡରୁ ଓହ୍ଲାଇଥିଲେ । ଏହାପରେ ଶେ ଏସସିବି ମେଡିକାଲକୁ ଯାଇଛନ୍ତି। ମମତା ହସ୍ପିଟାଲରେ ଆହତମାନଙ୍କର ଚିକିତ୍ସା ଖବର ବୁଝିବା ସହିତ ସେମାନଙ୍କ ସହିତ କଥା ହୋଇଛନ୍ତି । ପରେ ସେଠାରୁ ସେ ଭୁବନେଶ୍ବର ଆସିବେ । ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲ ଯାଇ ସେଠାରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗ ଯାତ୍ରୀଙ୍କୁ ଭେଟିବେ ।

Share