Categories: ଜାତୀୟ

୨୦୨୪ରେ ମମତା ପ୍ରଧାନମନ୍ତ୍ରୀ ହେବା ଆଶା ଅଧିକ, କହିଲେ ବାବୁଲ ସୁପ୍ରିୟୋ …

କୋଲକାତା,୨୦।୯: ୨୦୨୪ରେ ମମତା ପ୍ରଧାନମନ୍ତ୍ରୀ ହେବା ଆଶା ଅଧିକ, କହିଲେ ବାବୁଲ ସୁପ୍ରିୟୋ …
କୋଲକାତା,୨୦।୯: ଆସନ୍ତା ୨୦୨୪ରେ ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଆଶା ଅଧିକ ରହିଛି। ଏସମ୍ପର୍କରେ ତୃଣମୂଳ ନେତା ବାବୁଲ ସୁପ୍ରିୟୋ ସୋମବାର କହିଛନ୍ତି। ମମତା ଟପ୍‌ ଫଚ୍ୟୁନର ତାଲିକାରେ ଦେଶର ପ୍ରଧାନ ହେବା ପ୍ରାର୍ଥୀଙ୍କ ମଧ୍ୟରେ ରହିଥିବା ସେ ପ୍ରକାଶ କରିଛନ୍ତି।

ନିକଟରେ ବାବୁଲ୍‌ ଭାଜପା ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗାଦେବା ପରେ ଏବେ ଦିଦିଙ୍କ ସପକ୍ଷରେ କହିବା ଆରମ୍ଭ କରିଛନ୍ତି। ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇକୁ ସାକ୍ଷାତ୍‌କାର ଦେଇ ସେ ଏଭଳି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଳ୍ପ ଭାବେ ମମତା ବାନାର୍ଜୀଙ୍କୁ ଗ୍ରହଣ କରାଯାଇପାରେ ବୋଲି ବାବୁଲ୍‌ କହିଛନ୍ତି। ସେ ମମତାଙ୍କ ଦକ୍ଷତା ପ୍ରତି ଆସ୍ଥା ପ୍ରକଟ କରି ଏଭଳି ପ୍ରକାଶ କରିଛନ୍ତି।

Share