ମମତା ହେଲେ ପୁରୁଷୋତ୍ତମପୁର ବ୍ଲକ ଉପାଧ୍ୟକ୍ଷା

ପୁରୁଷୋତ୍ତମପୁର,୨୩ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଉପାଧ୍ୟକ୍ଷା ନିର୍ବାଚନ ବୁଧବାର ଶେଷ ହୋଇଛି। ୨୬ଟି ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକର ଉପାଧ୍ୟକ୍ଷା ପଦବୀ ଲାଗି ଅନ୍ତରିଗାଁ ପଞ୍ଚାୟତର ସମିତି ସଭ୍ୟା ମମତା ବାରିକ ଜଣେ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଆଉ କେହି ମଧ୍ୟ ନାମାଙ୍କନପତ୍ର ଦାଖଲ କରି ନ ଥିଲେ। ଫଳରେ ନିର୍ବାଚନ ଅଧିକାରୀ ତଥା ହିଞ୍ଜଳିକାଟୁ ବିଡିଓ ସୁବ୍ରତ କୁମାର ଜେନା ମମତା ବାରିକଙ୍କୁ ଉପାଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାର ଘୋଷଣା କରିଥିଲେ। ଏଥିରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ତହସିଲଦାର ନୀତିଶ କୁମାର ତ୍ରିପାଠୀ ଓ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟଙ୍କ ସମେତ ପୋଲିସ ଫୋର୍ସ ମୁତୟନ ରହିଥିଲେ।

Share