Posted inଜାତୀୟ

ବିହାର, ପଶ୍ଚିମବଙ୍ଗକୁ କବଜା କଲେ ଆମେ ଲଲିପପ୍‌ ଖାଇ ବସି ଯିବୁନାହିଁ: ମମତା

ନୂଆଦିଲ୍ଲୀ,୯।୧୨: ବାଂଲାଦେଶରେ ହିନ୍ଦୁ ଏବଂ ମନ୍ଦିରକୁ କ୍ରମାଗତ ଭାବେ ଟାର୍ଗେଟ କରାଯାଉଛି। ଏପରିକି କେତେକ ବାଂଲାଦେଶ ନେତା ବଙ୍ଗଳା, ବିହାର ଏବଂ ଓଡ଼ିଶା ଉପରେ ଦେଉଥିବା ବିବୃତ୍ତି ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବିଧାନସଭାରେ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, ବାହ୍ୟ ଶକ୍ତି ଭାରତର ଜମି ଦଖଲ କରିବାକୁ ଚେଷ୍ଟା କଲେ ଆମେ କ’ଣ ବସି ଲଲିପପ୍‌ ଖାଇବୁ ବୋଲି କହିଛନ୍ତି।

ଏପରିକି ସେ ଲୋକଙ୍କୁ ଶାନ୍ତ ରହିବାକୁ କହିଛନ୍ତି। ବାଂଲାଦେଶରେ ଦିଆଯାଇଥିବା ବିବୃତ୍ତି ଉପରେ କ୍ରୋଧିତ ନ ହେବାକୁ ଅନୁରୋଧ କରିଛନ୍ତି। ମମତା କହିଛନ୍ତି, ପଶ୍ଚିମବଙ୍ଗ କେନ୍ଦ୍ର ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଉପରେ ସର୍ବଦା ଛିଡା ହୋଇ ରହିବ। ମମତା ବାଂଲାଦେଶର ନେତାଙ୍କ ବିବୃତ୍ତିକୁ ପରିହାସ କରି ସୁସ୍ଥ ମନରେ ରହିଲେ ମାନସିକ ଶାନ୍ତି ମିଳିବ ବୋଲି କହିଛନ୍ତି।

ସୂଚନା ଯୋଗ୍ୟ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ଏନ୍‌ଏନ୍‌ପିପି)ର କେତେକ ନେତା ନିକଟରେ ଡାକାରେ ଏକ ସାଧାରଣ ସଭାରେ ବଙ୍ଗଳା, ବିହାର ଏବଂ ଓଡ଼ିଶା ଉପରେ ଦେଶର ଆଇନଗତ ଦାବି ରହିଥିବା ବିବୃତ୍ତି ଦେଇଥିଲେ। ଏହି ବିବୃତ୍ତି ଉପରେ ରାଜ୍ୟବାସୀଙ୍କୁ ନୀରବ ରହିବାକୁ ମମତା ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, ପଶ୍ଚିମବଙ୍ଗ ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ଜନସାଧାରଣ ଜାତି, ଧର୍ମ କିମ୍ବା ସମ୍ପ୍ରଦାୟ ନିର୍ବିଶେଷରେ ବାଂଲାଦେଶ ସ୍ଥିତିକୁ ବିରୋଧ କରିଛନ୍ତି। ପଡୋଶୀ ଦେଶର ସ୍ଥିତି ଉପରେ ମନ୍ତବ୍ୟ ଦେବା ବେଳେ ଗଣମାଧ୍ୟମକୁ ମଧ୍ୟ ଦାୟିତ୍ୱ ବୋଧକ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ପଶ୍ଚିମବଙ୍ଗ ଉତ୍ତରପ୍ରଦେଶ ନୁହେଁ ଯେ, ସରକାର ଆପଣଙ୍କ ପ୍ରସାରଣ ଉପରେ ପ୍ରତିବନ୍ଧକ ଲାଗଇବ। ରାଜ୍ୟବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ସରକାର କାର୍ଯ୍ୟ କରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଏଫ୍‌ସି ଏସିଆନ କପ୍‌ ୨୦୩୧ ଲାଗି ବିଡ୍‌ ଦାଖଲ କଲା ଭାରତ

ନୂଆଦିଲ୍ଲୀ, ୧୧ା୪: ଭାରତ ୨୦୩୧ ଏଏଫ୍‌ସି ଏସିଆନ କପ୍‌ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରି ଏହାର ବିଡ୍‌ ‘ ଏକ୍ସପ୍ରେସନ ଅଫ୍‌ ଇଣ୍ଟରେଷ୍ଟ...

୮ ପଦକ ସହ ଦ୍ୱିତୀୟ ସ୍ଥାନରେ ଭାରତ

ବୁଏନ୍ସ ଏରିଜ, ୧୧ା୪: ରାଇଫଲ ପିସ୍ତଲ ଓ ଶଟ୍‌ଗନ୍‌ ଶୁଟରମାନଙ୍କ ଲାଗି ବର୍ଷର ପ୍ରଥମ ଆଇଏସ୍‌ଏସ୍‌ଏଫ୍‌ ଓ୍ବାଲର୍‌ଡ କପ୍‌ ଯୁବ ଟ୍ରାପ୍‌ ମିକ୍ସଡ ଟିମ୍‌ ଯୋଡ଼ି...

ଯୁବ ଲେଖକ ସମ୍ମିଳନୀରେ ମତପ୍ରକାଶ: ଯୁବପିଢିଙ୍କ ଲେଖନୀ ମୁନରେ ସମୃଦ୍ଧ ହେବ ଓଡ଼ିଆ ଭାଷା ସାହିତ୍ୟ

ବରଗଡ,୧୧।୪(ପ୍ରେମାନନ୍ଦ ଖମାରୀ): ଭଲ କାହାଣୀ, ଭଲ ନାଟକ ଏବଂ ଭଲ କବିତା ଦ୍ଵାରା ଓଡ଼ିଆ ଭାଷା ତିଷ୍ଠି ରହିପାରିବ । ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷା...

ବଡ଼ ନିଯୁକ୍ତି ସୁଯୋଗ: ESICରେ ୫୫୮ ପଦବୀ ଲାଗି ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କିଭଳି କରିବେ ଆବେଦନ…

ନୂଆଦିଲ୍ଲୀ,୧୧।୪: ସରକାରୀ ଚାକିରି ଖୋଜୁଥିବା ଯୁବକ ଯୁବତୀଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) ସ୍ପେଶାଲିଷ୍ଟ ଗ୍ରେଡ-୨ର ମୋଟ ୫୫୮...

ବଡ଼ ଖବର: ତାମିଲନାଡୁରେ BJP-AIADMK ମେଣ୍ଟ ଘୋଷଣା, ଶାହା କହିଲେ- ମଜବୁତ ହେବ ଏନ୍‌ଡିଏ

ଚେନ୍ନାଇ,୧୧।୪: ତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଭାରତୀୟ ଜନତା ପାର୍ଟି (ଭାଜପା)ର ରାଜ୍ୟ ସଭାପତି କେ. ଅନ୍ନାମଲାଇଙ୍କୁ ପଦରୁ ହଟାଯିବା...

Discount On Electricity Bill: ଲକ୍ଷେ ଟଙ୍କା ବିଜୁଳି ବିଲ୍‌ ହେଲେ ବି ମିଳିବ ରିହାତି, ଜାଣନ୍ତୁ କେଉଁମାନଙ୍କୁ ମିଳେ ଏହି ଲାଭ

ନୂଆଦିଲ୍ଲୀ,୧୧।୪: ନିକଟରେ, ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ, କଙ୍ଗନା ରଣାୱତ କହିଥିଲେ ଯେ ମନାଲିରେ ତାଙ୍କ ଘରର ବିଦ୍ୟୁତ ବିଲ ୧ ଲକ୍ଷ...

ହୋଟେଲରୁ ବାହାରି  ଏମିତି କହିଲେ ପୀୟୂଷ, ସବୁ ଫେରାଇ…

ଭୁବନେଶ୍ୱର,୧୧।୪: ସତ୍ୟନଗରର ଏକ ହୋଟେଲରୁ ବାହାରି  ଯାତ୍ରା ହିରୋ ପୀୟୂଷ ତ୍ରିପାଠୀ ତାଙ୍କ  ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଟଙ୍କା ଫେରାଇଲି, ଗାଡ଼ି ଫେରାଇବି। ମାଲିକ...

କାଳବୈଶାଖୀ ପ୍ରଭାବରେ ବର୍ଷା: ଲିଭିଲା ଜଙ୍ଗଲ ନିଆଁ

ମାଲକାନଗିରି,୧୧।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କକାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ବନାଞ୍ଚଳରେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image