Categories: ଜାତୀୟ

ସ୍କୁଟର ଚଳାଇବା ବେଳେ ଭାରସାମ୍ୟ ହରାଇଲେ ମମତା

କୋଲକାତା,୨୫।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗୁରୁବାର ଇ-ସ୍କୁଟରରେ ସଚିବାଳୟ ଯାଇଥିଲେ। ପରେ ରାଜ୍ୟ ସଚିବାଳୟରୁ ମୁଖ୍ୟମନ୍ତ୍ରୀ ନିଜେ ଇ-ସ୍କୁଟର ଚଳାଇ କାଲିଘାଟକୁ ଫେରୁଥିଲେ। ସେତିକିବେଳେ ସ୍କୁଟର ଉପରୁ ଭାରସାମ୍ୟ ହରାଇ ବସିଥିଲେ ମମତା। ହେଲେ ପାଖରେ ଥିବା ସୁରକ୍ଷାକର୍ମୀ ଏବଂ ପୋଲିସ ତାଙ୍କୁ ଧରିନେବାରୁ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Share