ବଢିଲା ଚର୍ଚ୍ଚା: ପଦ୍ମ ଧରିବେ ମମତା!

ଭୁବନେଶ୍ୱର,୧।୮: ଭାଜପାରେ ଯୋଗଦେଇ ପାରନ୍ତି ମମତା ମହାନ୍ତ। ଆଉ କିଛି ସମୟ ପରେ ଦିଲ୍ଲୀରେ ପଦ୍ମ ଧରିପାରନ୍ତି ବୋଲି ସମ୍ଭାବନା ରହିଛି। ମମତା ବୁଧବାର ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡି ସହ ରାଜ୍ୟ ସଭା ଏମ୍‌ପି ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ।

ମମତା ୨୦୨୦ରେ ରାଜ୍ୟ ସଭାକୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ। କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ଭାବେ ମମତା ମହାନ୍ତ ଜଣା। ମମତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇନଥିବା ବେଳେ ଅଧାରୁ ସେ ଇସ୍ତଫା ଦେବାକୁ ନେଇ ଚର୍ଚ୍ଚା ହେଉଛି।

Share