ମମତା ମହାନ୍ତଙ୍କ ଇସ୍ତଫା: ଭିତିରି ଷଡ଼ଯନ୍ତ୍ର ଚର୍ଚ୍ଚା

ଭୁବନେଶ୍ୱର,୧।୮(ଅନିଲ ଦାସ): ରାଜ୍ୟ ସଭା ସଦସ୍ୟ ପଦରୁ ବିଜେଡି ନେତ୍ରୀ ମମତା ମହାନ୍ତ ଇସ୍ତଫା ଦେବା ଅନେକଙ୍କୁ ଚକିତ କରିଛି। ଏହା ପଛରେ ଭିତିରି ଷଡ଼ଯନ୍ତ୍ର ହୋଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ମମତା ହେଉଛନ୍ତି ମୟୂରଭଞ୍ଜ ଜିଲା କୁଡୁମୀ ସମ୍ପ୍ରଦାୟର ଜଣେ ଟାଣୁଆ ନେତ୍ରୀ। ଗତ ବିଧାନସଭା ନିର୍ବାଚନରେ ମୟୂରଭଞ୍ଜ ଜିଲାରେ ବିଜେଡିର ଶୋଚନୀୟ ପରାଜୟକୁ ଦୃଷ୍ଟିରେ ରଖି ଦଳର ଜଣେ ପ୍ରଭାବଶାଳୀ ନେତା କୁଆଡ଼େ ମମତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ତେଣୁ ତାଙ୍କ ଚାପରେ ମମତା ଇସ୍ତଫା ଦେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରାଜ୍ୟ ସଭାରେ ଓଡ଼ିଶାର ୧୦ ଆସନ ମଧ୍ୟରୁ ବିଜେଡି ୯ ଏବଂ ଭାଜପାର ଜଣେ ସଦସ୍ୟ ରହିଥିଲେ। ମମତାଙ୍କ ଇସ୍ତଫା ପରେ ପାର୍ଲାମେଣ୍ଟର ଉଚ୍ଚ ସଦନରେ ବିଜେଡିର ସଦସ୍ୟ ସଂଖ୍ୟା ୮କୁ ଖସିଆସିଛି। ଷଡ଼ଯନ୍ତ୍ର କରି ବିଜେଡିକୁ ରାଜ୍ୟ ସଭାରେ ଧୀରେ ଧୀରେ ଦୁର୍ବଳ କରିଦେବା ଉକ୍ତ ନେତାଙ୍କ ଉଦ୍ଦେଶ୍ୟ ବୋଲି କୁହାଯାଉଛି। କାରଣ ମମତାଙ୍କ ଆସନରେ ନିର୍ବାଚନ ହେଲେ ଓଡ଼ିଶା ବିଧାନସଭାରେ ଦଳୀୟ ସଂଖ୍ୟା ଦୃଷ୍ଟିରୁ ତାହା ଭାଜପା ହାତକୁ ଚାଲିଯିବ। ଗତ ଲୋକ ସଭା ନିର୍ବାଚନରେ ବିଜେଡି କୌଣସି ଆସନରେ ଜିତି ନ ପାରିବା ଦଳ ପାଇଁ ଝଟକା ଥିଲା। ଏବେ ରାଜ୍ୟ ସଭାରେ ଗୋଟିଏ ଆସନ ହରାଇବା ଦ୍ୱାରା ଦିଲ୍ଲୀରେ ବିଜେଡିର ଉପସ୍ଥିତି ହ୍ରାସ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଜିନ୍ନତ ହେବ ଟ୍ରାଙ୍କୁଲାଇଜ୍‌

ବାରିପଦା,୨୩ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମହାବଳ ବାଘୁଣୀ ଜିନ୍ନତକୁ ଫେରାଇ ଆଣିବାକୁ ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଟ୍ରାଙ୍କୁଲାଇଜ୍‌...

ସମ୍ଭଲରୁ ମିଳିଲା ୧୫୦ ବର୍ଷର ପୁରୁଣା କୂଅ, ସୁଡ଼ଙ୍ଗ

ସମ୍ଭଲ, ୨୩।୧୨: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଚନ୍ଦୌସିଠାରେ ରବିବାର ଏକ ଜମିକୁ ଖନନ କରାଯାଉଥିବାବେଳେ ୧୫୦ ବର୍ଷର ପୁରୁଣା ଏକ ବିଶାଳକାୟ ପାହାଚ ବିଶିଷ୍ଟ କୂଅ ମିଳିଛି। ସେହିପରି...

ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଲେ ସାଗର

ଭବାନୀପାଟଣା,୨୩ା୧୨(ଉତ୍ତମ କୁମାର ଦାଶ): ରାଜ୍ୟ ସଭା ଭଳି ପବିତ୍ର ଗୃହରେ ବାବା ସାହେବ ଆମ୍ବେଡକରଙ୍କ ନାମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅପମାନଜନକ ଶବ୍ଦ ବ୍ୟବହାର...

କୁଏଟ୍‌ରେ ଗଞ୍ଜାମ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩ା୧୨: କୁଏଟ୍‌ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଗଞ୍ଜାମ ଜିଲାର ଜଣେ ଶ୍ରମିକଙ୍କ ସହ ଶନିବାର କଥା ହୋଇଥିଲେ। ବବୁଲ ନାମକ...

ନବୀନଙ୍କ ଉପରେ ବହିକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୧୨(ସୁନିତ୍‌ ମିଶ୍ର): ବଙ୍ଗାଳୀ ଲେଖକ ରୁବେନ ବାନାର୍ଜୀଙ୍କ ‘ନବୀନ ପଟ୍ଟନାୟକ- ଦ ଅଥରିଟେଟିଭ ବାୟୋଗ୍ରାଫି ରିଭାଇଜ୍‌ଡ ଆଫ୍ଟର ୨୦୨୪ ଇଲେକ୍ସନ’ ପୁସ୍ତକ ଉନ୍ମୋଚନ ହୋଇଯାଇଛି। ସେ...

ବଢ଼ିଲା ଶୀତ, ପୁଣି ଆସୁଛି ବର୍ଷା

ଭୁବନେଶ୍ୱର,୨୩ା୧୨(ଅନୁରାଧା ମହାରଣା): ଲଘୁଚାପଜନିତ ଅଦିନିଆ ବର୍ଷା ଛାଡିଯାଇଥିଲେ ମଧ୍ୟ ରବିବାରଠାରୁ ରାଜ୍ୟରେ ଶୀତର ପରିମାଣ ବଢ଼ିଛି। ଆସନ୍ତା ୨୪ ତାରିଖରୁ ପୁଣି ବର୍ଷା ସମ୍ଭାବନା ଥିବାରୁ...

କୁଏତ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୨: ଦୁଇ ଦିନିଆ କୁଏତ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି। କୁଏତରେ ପ୍ରଧାନମନ୍ତ୍ରୀ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ...

ପ୍ରାକ୍‌ ବଜେଟ ପାଇଁ ପ୍ରସ୍ତୁତି ଆରମ୍ଭ: ଓଡ଼ିଶା ପାଇଁ ୯ ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨ା୧୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ନେତୃତ୍ୱରେ ରବିବାର ପ୍ରାକ୍‌ ବଜେଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri