Categories: ଜାତୀୟ

ମମତା ଦେଶର ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ: ସୁବ୍ରମଣ୍ୟମ ସ୍ବାମୀ…

କୋଲକାତା,୧୦।୫ : ନିଜ ଦଳ ବିରୋଧରେ ବାରମ୍ବାର ବିବୃତ୍ତି ଦେଉଥିବା ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି। ସେ ମମତା ବାନାର୍ଜୀଙ୍କୁ ପ୍ରଶଂସା କରି କହିଛନ୍ତି, ସେ ଦେଶର ପ୍ରଧାନମନ୍ତ୍ରୀ ହେବା ଉଚିିତ।

ସ୍ବାମୀ ଭାଜପା ସରକାରରେ କେନ୍ଦ୍ର ମନ୍ତ୍ରୀ ରହି ସାରିଛନ୍ତି। ତାଙ୍କ ଅନୁସାରେ ମମତା ଏପରି ଜଣେ ମୁଖ୍ୟମନ୍ତ୍ରୀ ଯିଏ କାହାକୁ ବ୍ଲାକମେଲ କରନ୍ତି ନାହିଁ। ମୁଁ ଭାବୁଛି ଦେଶରେ ଏକ ଶକ୍ତିଶାଳୀ ବିରୋଧୀଙ୍କ ଆବଶ୍ୟକତା ଅଛି, ଯାହାଦ୍ୱାରା ଶାସକ ଦଳର ଲୋକମାନେ ବ୍ଲାକମେଲ କରିପାରିବେ ନାହିଁ। ସେ କୋଲକାତାରେ ଏଫଆଇସିସିଆଇ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୀ ଏଭଳି ମତପୋଷଣ କରିଛନ୍ତି।

ମମତା ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟା। ମୁଁ ଆଜିର ଲୋକଙ୍କୁ ଜାଣେ। ସେମାନେ ବର୍ତ୍ତମାନର ସରକାରଙ୍କ ବିରୋଧରେ ଅଧିକ କହିବାକୁ ଚାହାଁନ୍ତି ନାହିଁ। କାରଣ ସେମାନେ ଏଜେନ୍ସିଗୁଡିକୁ ଭୟ କରୁଛନ୍ତି। ସେମାନେ ଅନୁଭବ କରନ୍ତି ଇଡି କିଛି ବା ଅନ୍ୟ ଅନୁସନ୍ଧାନ ଆରମ୍ଭ କରାଯିବ। ଦେଶର ଗଣତନ୍ତ୍ର ପାଇଁ ଏହା ଭଲ ନୁହେଁ। କିନ୍ତୁ ମମତା ସାହସୀ ଅଟନ୍ତି। ସେ କିପରି ବାମପନ୍ଥୀ ବିରୁଦ୍ଧରେ ଛିଡା ହୋଇଥିଲେ ଆମେ ଦେଖିଛୁ।

ବର୍ତ୍ତମାନ ପରିସ୍ଥିତିରେ ମମତା ବାନାର୍ଜୀ ହେଉଛନ୍ତି ଏକମାତ୍ର ନେତା ଯିଏ ସାହସର ସହିତ ଠିଆ ହୋଇଛନ୍ତି ଏବଂ କାହାକୁ ଭୟ କରନ୍ତି ନାହିଁ। ଏଭଳି ପରିସ୍ଥିତିରେ ଦେଶର ବଡ ସ୍ଥିତି ତାଙ୍କ ପାଇଁ ଉପଯୁକ୍ତ ।
ସ୍ବାମୀ ୧୦ ଦିନ ତଳେ ମମତାଙ୍କୁ ଭେଟିଥିବା କହିଛନ୍ତି। ତେବେ ଏନେଇ କେହି ଜାଣି ନ ଥିବା ସେ ସୂଚନା ଦେଇଛନ୍ତି।

Share