ଭୁବନେଶ୍ୱର,୬।୬(ବ୍ୟୁରୋ) ବାଲେଶ୍ୱର ଜିଲା ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଆହତ ହୋଇ କଟକ ବ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗର ଲୋକଙ୍କୁ ଦେଖିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଓଡ଼ିଶା ଆସିଥିଲେ। ଆହତମାନଙ୍କୁ ଭେଟି ଫେରିବା ବେଳେ ମମତା ଗଣମାଧ୍ୟମକୁ କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଥିବା ତାଙ୍କ ରାଜ୍ୟର ୩୧ ଜଣ ଲୋକ ଏଯାଏ ନିଖୋଜ ଅଛନ୍ତି। ସେମାନଙ୍କ ସମ୍ପର୍କରେ କିଛି ସୂଚନା ମିଳୁନାହିଁ। ମମତା କହିଛନ୍ତି, ପଶ୍ଚିମବଙ୍ଗର ୧୦୩ ଜଣଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି। ୮୭ଟି ମୃତଦେହ ପଶ୍ଚିମବଙ୍ଗରେ ପହଞ୍ଚି ସାରିଛି। ଓ ବିଭିନ୍ନ ମେଡିକାଲରେ ଏବେ ୯୭ ଜଣ ଚିକିତ୍ସାଧୀନ ଅଛନ୍ତି।