Posted inଜାତୀୟ

ମ୍ୟାଜିକ୍‌ ଦେଖାଇଲେ ମମତା

କୋଲକାତା,୫।୬:ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମ୍ୟାଜିକ୍‌ ଭାଜପାର ସବୁ ଆକଳନକୁ ଭୁଲ୍‌ ସାବ୍ୟସ୍ତ କରିଛି। ତାଙ୍କ ଜଲଓ୍ବା ଆଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲହର ଫିକା ପଡ଼ିଯାଇଛି। ରାଜ୍ୟର ୪୨ ଲୋକ ସଭା ଆସନ ମଧ୍ୟରୁ ମମତାଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ୨୯ ଆସନ ଦଖଲ କରିଥିବାବେଳେ ଭାଜପା ୧୨ଟିରେ ସୀମିତ ରହିଯାଇଛି। ଅଧିକ ଆସନ ହାତେଇବା ଲକ୍ଷ୍ୟ ରଖିଥିବା ଗୈରିକ ଦଳକୁ ଏଠାରେ ଶକ୍ତ ଝଟକା ଲାଗିଛି। ଡାଇମଣ୍ଡ ହାର୍ବର ଆସନରୁ ଲଢ଼ୁଥିବା ଟିଏମ୍‌ସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ୨ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଜାତୀୟ ସ୍ତରରେ ଟିଏମ୍‌ସି ଇଣ୍ଡିଆନ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲିଆନ୍ସ (ଇଣ୍ଡିଆ)ର ସହଯୋଗୀ ଦଳ ହୋଇଥିବାବେଳେ ପଶ୍ଚିମବଙ୍ଗରେ କଂଗ୍ରେସ ସହ ଆସନ ବୁଝାମଣା ହୋଇ ନ ପାରିବାରୁ ଏକାକୀ ନିର୍ବାଚନ ଲଢ଼ିବା ପାଇଁ ମମତା ନିଷ୍ପତ୍ତି ନେଇଥିଲେ। ନିର୍ବାଚନରେ ଇଣ୍ଡିଆ ବ୍ଲକ୍‌ ବିଜୟୀ ହୋଇ ସରକାର ଗଢ଼ିଲେ ଟିଏମ୍‌ସି ବାହାରୁ ସମର୍ଥନ ଯୋଗାଇଦେବ ବୋଲି ଏକ ନିର୍ବାଚନୀ ରାଲିରେ କହିଥିଲେ। ପଶ୍ଚିମବଙ୍ଗରେ ଭାଜପା ଧ୍ରୁବୀକରଣ ଅସ୍ତ୍ର ପ୍ରୟୋଗ ପାଇଁ ପଛାଇ ନ ଥିଲା। ବିଶେଷକରି ସନ୍ଦେଶଖାଲିରେ ମୁସଲମାନ ସମ୍ପ୍ରଦାୟ ବିରୋଧରେ ଭାଜପା ଚଳାଇଥିବା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ରାଜନୀତିକୁ ବଙ୍ଗୀୟ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି। ସିବିଆଇ, ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଲଗାଇ ଟିଏମ୍‌ସି ନେତାଙ୍କୁ ଭାଜପା ଅପଦସ୍ଥ କରୁଥିବା ନେଇ ଅଭିଯୋଗ ବଢ଼ିବାରେ ଲାଗିଥିଲା। ପ୍ରଧାନମନ୍ତ୍ରୀ ମୋଦି ଦୁଇ ଡଜନ୍‌ରୁ ଅଧିକ ଥର ପଶ୍ଚିମବଙ୍ଗ ଯାଇ ହାଇଭୋଲ୍‌ଟେଜ୍‌ ପ୍ରଚାର ଚଳାଇଥିଲେ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ସେଠାରେ ଡେରା ପକାଇଥିଲେ। ମଙ୍ଗଳବାର ଆସିଥିବା ଫଳାଫଳ ସେମାନଙ୍କ ସବୁ ରଣକୌଶଳକୁ ଭୁଲ୍‌ ପ୍ରମାଣିତ କରିଛି। ପଶ୍ଚିମବଙ୍ଗରେ କଂଗ୍ରେସ ଗୋଟିଏ ଆସନ ହାତେଇଛି। ଭୋଟ ହାରକୁ ଦେଖିଲେ ଟିଏମ୍‌ସି ପାଖାପାଖି ୪୬ ପ୍ରତିଶତ ଭୋଟ ପାଇଥିବାବେଳେ ଭାଜପାକୁ ୩୮.୩୬ ପ୍ରତିଶତ ଭୋଟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦେଶ ଗୋଟିଏ ନିର୍ବାଚନ: ୧୫ ବିରୋଧୀ ଦଳ କହିଲେ ଅସମ୍ଭବ

ନୂଆଦିଲ୍ଲୀ,୧୮ା୯: କଂଗ୍ରେସ ନେତୃତ୍ୱରେ ୧୫ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍ ପୂର୍ବତନ...

ଦେଶର ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ, ତାଲିକାରେ ଓଡ଼ିଶାର ଥିଲେ…

ନୂଆଦିଲ୍ଲୀ,୧୮।୯: ଅରବିନ୍ଦ କେଜରିଓ୍ବାଲଙ୍କ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ। ତେବେ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କ ନାଁକୁ ମଞ୍ଜୁର ଦିଆଯାଇଛି ଯିଏକି ରାଜଧାନୀ ଦିଲ୍ଲୀର ଶୀର୍ଷ...

ମୋଦିଙ୍କ ପ୍ରସ୍ତାବକୁ ଖୋଲାଖୋଲି ସମର୍ଥନ କଲେ ମାୟାବତୀ-ଅଖିଳେଶ, କଂଗ୍ରେସର ବଢିଲା ହାର୍ଟବିଟ୍‌

ନୂଆଦିଲ୍ଲୀ,୧୮।୯: ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟିର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମୋଦି କ୍ୟାବିନେଟର ନିଷ୍ପତ୍ତିକୁ ଦଳ ସମର୍ଥନ କରି କହିଛି ଯେ...

ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନରେ କ’ଣ ବଦଳିଯିବ ଜାଣନ୍ତୁ….

ନୂଆଦିଲ୍ଲୀ,୧୮ା୯: ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟିର ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି। ପୂର୍ବତନ ରାଷ୍ଟ୍ରପତିଙ୍କ...

ମୋଦି ସରକାରଙ୍କ ବଡ ଆକ୍ସନ, ଆଉ ଭାରତ ପାଣିରେ ମଉଜ କରିପାରିବନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧୮।୯: ପାକିସ୍ତାନ ବର୍ଷ ବର୍ଷ ଧରି ଭାରତୀୟ ଜଳକୁ ଉପଭୋଗ କରିଆସୁଥିଲା, କିନ୍ତୁ ବର୍ତ୍ତମାନ ଏହି ଦିନ ପରିବର୍ତ୍ତନ ହେବାକୁ ଯାଉଛି। ଭାରତ ସରକାର ପାକିସ୍ତାନକୁ...

ଓ୍ବାନ ନେଶନ ଓ୍ବାନ ଇଲେକଶନକୁ ମୋଦି କ୍ୟାବିନେଟରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୮।୯: ଓ୍ବାନ ନେଶନ ଓ୍ବାନ ଇଲେକଶନର ଅର୍ଥ ହେଉଛି ଗୋଟିଏ ଦେଶ-ଗୋଟିଏ ନିର୍ବାଚନ। ଏହା ଏବେ ମୋଦି କ୍ୟାବିନେଟର ଅନୁମୋଦନ ଲାଭ କରିଛି। ବୁଧବାର (ସେପ୍ଟେମ୍ବର...

ମହିଳାଙ୍କୁ ପ୍ରତି ମାସରେ ୨ ହଜାର ଟଙ୍କା…, ଗରିବଙ୍କୁ ୧୦୦ ଗଜ ଜମି, ଜାଣନ୍ତୁ ଆଉ କ’ଣ ରହିଛି କଂଗ୍ରେସର ଘୋଷଣାପତ୍ରରେ

ଚଣ୍ଡିଗଡ଼,୧୮।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବୁଧବାର ଦିଲ୍ଲୀର ଏଆଇସିସି ମୁଖ୍ୟାଳୟରେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦଳର ଗ୍ୟାରେଣ୍ଟି ଘୋଷଣା କରିଛନ୍ତି। ଏହି ଅବସରରେ...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri