Categories: ଜାତୀୟ

ମମତା ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ଟିଏମସି ନେତା…

କୋଲକାତା,୧୯।୭ : ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ଦାବିରୁ କଂଗ୍ରେସ ପଛଘୁଞ୍ଚା ଦେବା ମାତ୍ରେ ଟିଏମସି ଏହାର ଦାବି ରଖିଛି। ଟିଏମସି ଏମପି ଶତାବ୍ଦୀ ରାୟ କହିଛନ୍ତି ଯଦି କଂଗ୍ରେସ ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ନାହିଁ, ତେବେ ମମତା ବାନାର୍ଜୀ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ତେହେରା ହେବେ।

ଗଣମାଧ୍ୟମ ସହ ଆଲୋଚନା ପରେ ଶତାବ୍ଦୀ ବୀରଭୂମରେ କହିଛନ୍ତି, ’ଆମେ ଚାହୁଁ ଆମର ନେତା ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ସେହି ପଦବୀରେ ପହଞ୍ଚନ୍ତୁ। କିନ୍ତୁ ଏଥିପାଇଁ ଆମର ପରବର୍ତ୍ତୀ ପଦକ୍ଷେପ କିଛି ଅଲଗା ହୋଇପାରେ । ସ୍ବପ୍ନ ଦେଖିବା କିମ୍ବା ଇଚ୍ଛା କରିବାରେ କିଛି ଭୁଲ ନାହିଁ ।

Share