ଆଜି ନାମାଙ୍କନ ଭରିବେ ମମତା: ତାଙ୍କ ରାଜ୍ୟ ସଭାକୁ  ଯିବା ଏକ ପ୍ରକାର…

ଭୁବନେଶ୍ୱର,୨୧।୮: ଭାଜପା ମମତା ମହନ୍ତଙ୍କୁ  ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କରିଛି। ମମତା ଆଜି ନାମାଙ୍କନ ଭରିବେ । ତେବେ ଭାଜପା ପାଖରେ ସଂଖ୍ୟା ଦୃଷ୍ଟିରୁ ଆବଶ୍ୟକ ସଦସ୍ୟ ରହିଥିବାରୁ ମମତା ଏକପ୍ରକାର ରାଜ୍ୟ ସଭାକୁ ଯିବା ନିଶ୍ଚିତ ହୋଇସାରିଛି। ତେବେ ଆବଶ୍ୟକତା ପଡିଲେ ସେପ୍ଟେମ୍ବର ୩ରେ ରାଜ୍ୟ ସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ସେହିଦିନ ସନ୍ଧ୍ୟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ନିକଟରେ ବିଜେଡି ଛାଡ଼ି ଭାଜପାରେ ମିଶିଥିଲେ ମମତା ମହନ୍ତ। ସେ ରାଜ୍ୟସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ମଙ୍ଗଳବାର ଭାଜପା ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି ।
ସୂଚନାଯୋଗ୍ୟ ଯେ, ମମତା ମହାନ୍ତଙ୍କୁ ୨୦୨୦ ମସିହାରେ ବିଜେଡି ରାଜ୍ୟସଭା ପଠାଇଥିଲା। ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଏବଂ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ବେଳେ ସେ ଅସନ୍ତୋଷ ଥିଲେ। ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଥିଲେ। ଏହାର  ଗୋଟିଏ ଦିନ ପରେ  ସେ ଭାଜପାରେ ଯୋଗ ଦେଇଥିଲେ। ଅନ୍ୟପକ୍ଷେ  ଭାଜପାର ରାଜ୍ୟ ସଭା ପ୍ରାର୍ଥୀ ରେସ୍‌ରେ ମମତା ହିଁ ଆଗରେ ଥିଲେ।
Share