Categories: ଜାତୀୟ

ଶୁକ୍ଳାଙ୍କୁ କ୍ରୀଡ଼ା ଉପରେ ଧ୍ୟାନ ଦେବାକୁ କହିଲେ ମମତା

କୋଲକତା,୫।୧: ପଶ୍ଚିମବଙ୍ଗ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଲକ୍ଷ୍ମୀ ରତନ ଶୁକ୍ଳା ମଙ୍ଗଳବାର ନିଜ  ପଦରୁ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ଶୁକ୍ଳାଙ୍କ ଇସ୍ତଫା ଗ୍ରହଣ କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଶୁକ୍ଳାଙ୍କ ଇସ୍ତଫାକୁ ନେଇ ମୁଖ୍ୟମନ୍ତ୍ରୀ ମମତା  କହିଛନ୍ତି ଯେ, ଶୁକ୍ଳା ତାଙ୍କ କାର୍ଯ୍ୟକାଳ ପର୍ଯ୍ୟନ୍ତ ବିଧାୟକ ଭାବେ କାର୍ଯ୍ୟ କରିବେ। କିନ୍ତୁ ସେ ରାଜନୀତି ଛାଡିବାକୁ ଚାହୁଁଛନ୍ତି। ତାଙ୍କ ନିଷ୍ପତ୍ତିକୁ ସ୍ବାଗତ କରୁଛି। ତାଙ୍କୁ ଶୁଭେଚ୍ଛା ଜଣାଇ ସେ ଜଣେ କ୍ରୀଡ଼ାବିତ ଏବଂ କ୍ରୀଡା ଉପରେ ଧ୍ୟାନ ଦିଅନ୍ତୁ। ସୂଚନା ଯୋଗ୍ୟ, ୩୯ ବର୍ଷିୟ ଲକ୍ଷ୍ମୀ ରତନ  ଭାରତ ପାଇ ଅନ୍ତର୍ଜାତୀୟ  ଏକଦିବସୀୟ ମ୍ୟାଚ ଖେଳିଥିବା ବେଳେ ୪୭ଟି ଆପିଏଲ୍‌ ମ୍ୟାଚ ଖେଳିଛନ୍ତି।

Share