Categories: ଜାତୀୟ

ସିବିଆଇକୁ ସିଧା ଶୁଣାଇଦେଲେ ମମତା, କହିଲେ…

କୋଲକାତା,୨୮।୮: କୋଲକାତା ବଳାତ୍କାର ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ଉଠୁଛି ପଡୁଛି। ଏହି ଘଟଣାର ତଦନ୍ତ ସିବିଆଇ କରୁଥିବାବେଳେ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଦଣ୍ଡାଦେଶ ହୋଇନାହିଁ। ଯାହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇକୁ ଟାର୍ଗେଟ କରିଛନ୍ତି। ଭାଜପାକୁ ଜବାବ ଦେବା ଆଳରେ ସେ ସିବିଆଇ ଯାଞ୍ଚର ମନ୍ଥରତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ନ୍ୟାୟ କେଉଁଠି?

ତୃଣମୂଳ କଂଗ୍ରେସ ଛାତ୍ର ଶାଖାର ସ୍ଥାପନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୀଡିତାଙ୍କ ମୃତ ଘଟଣାରେ ମୁଁ ତାଙ୍କ ପିତାମାତାଙ୍କୁ ଭେଟିଥିଲି ଆଉ ସେମାନଙ୍କୁ ୫ଦିନର ସମୟ ମାଗିଥିଲି। ହେଲେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ହେଳେ ୧୬ଦିନ ବିତିଯାଇଥିଲେ ମଧ୍ୟ , ଏ ଯାଏଁ ତାଙ୍କୁ ନ୍ୟାୟ ମିଳି ପାରିଲା ନାହିଁ। ତେବେ କିଛିଦିନ ପରେ ରାଜ୍ୟ ସରକାର ବିଧାନସଭା ଅଧିବେଶନ ଡକାଇ ବଳାତ୍କାରୀଙ୍କୁ ଶୀଘ୍ର ମୃତ୍ୟୁଦଣ୍ଡ ଦିଆଯିବାର ବ୍ୟବସ୍ଥା କରାଯିବ।

ଭାଜପା ବନ୍ଦ ଏଥିପାଇଁ କରିଛି କାରଣ ତାଙ୍କୁ ହିଂସା ଭିଆଇ ମୃତଦେହ ଦରକାର। କିନ୍ତୁ ଆମେ ଦାଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେବୁ। ବର୍ତ୍ତମାନ ସେମାନେ ପଶ୍ଚିମବଙ୍ଗକୁ ଦୋଷ ଦେଉଛନ୍ତି। ଭାଜପା ହେଉଛି ନିର୍ଲଜ। ସେମାନେ କେବଳ ଷଡଯନ୍ତ୍ର ରଚୁଛନ୍ତି ବୋଲି ମମତା କହିଛନ୍ତି।

Share