Categories: ଜାତୀୟ

ଏସ୍‌ପି ସହ ମେଣ୍ଟ ଚାହାନ୍ତି ମମତା

ଲକ୍ଷ୍ନୌ, ୧୩।୯(ଆଇଏଏନ୍‌ଏସ୍‌): ଆସନ୍ତାବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ଲକ୍ଷ୍ୟ ରଖିଛି। ଆଗାମୀ ସପ୍ତାହରେ ଦୁଇ ଦଳର ନେତା ଏହା ଉପରେ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି।
ପିଲିଭିଟ୍‌ରେ ତୃଣମୂଳ କଂଗ୍ରେସ ଗଣଯୋଗାଯୋଗ କାର୍ଯ୍ୟକ୍ରମ ଆରମ୍ଭ କରିଛି। ୧୮ଟି ଡିଭିଜନର ଦୁଇଟି ଲେଖାଏ ଜିଲାରେ ଏଭଳି କାର୍ଯ୍ୟକ୍ରମ କରାଯାଇ ଲୋକମାନଙ୍କ ମନୋଭାବ ଓ ସେମାନେ କ’ଣ ଚାହାନ୍ତି, ତାହା ଟିଏମ୍‌ସି ଅନୁଧ୍ୟାନ କରିବ। ସେମାନଙ୍କ ଆଶା ଆକାଂକ୍ଷାକୁ ନେଇ ଦଳ ତା’ର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ ବୋଲି ଟିଏମ୍‌ସିର ରାଜ୍ୟ ସଭାପତି ନୀରଜ ରାୟ କହିଛନ୍ତି। ୟୁପିରେ ଦୃଢ଼ ତଥା କ୍ୟାଡର ଭିତ୍ତିକ ସଂଗଠନ ପ୍ରସ୍ତୁତ କରିବାକୁ ଟିଏମ୍‌ସି ଲକ୍ଷ୍ୟ ରଖିଛି।

Share