ଓଡ଼ିଶା ଆସିବେ ମମତା: ମୃତକଙ୍କ ପରିବାର ଜଣଙ୍କୁ ଦେବେ ଚାକିରି

ଭୁବନେଶ୍ୱର,୫।୬(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ୭ ତାରିଖରେ ଭୁବନେଶ୍ବର ଓ କଟକ ଆସିବେ । ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଭେଟିବା ସହ ସହାୟତା ପ୍ରଦାନ କରିବେ। ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଓ ନିଯୁକ୍ତିପତ୍ର ପ୍ରଦାନ କରିବେ। ମୃତକଙ୍କ ପରିବାରରୁ ଯାହାକୁ ଜଣଙ୍କୁ ଚାକିରି ଓ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସେ
ପ୍ରଦାନ କରିବେ।

Share