Categories: ଜାତୀୟ

ସୋନିଆଙ୍କ ରାତ୍ରଭୋଜିରେ ଯୋଗ ଦେବେନି ମମତା, ବିରୋଧୀଙ୍କ ବୈଠକରେ ହେବେ ସାମିଲ…

କୋଲକାତା,୧୫।୭ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବେଙ୍ଗାଲୁରୁରେ ଜୁଲାଇ ୧୭ରେ ସୋନିଆ ଗାନ୍ଧୀ ଦେଉଥିବା ରାତ୍ରଭୋଜିରେ ଯୋଗ ଦେବେନି। କାରଣ ତାଙ୍କୁ ସର୍ଜରୀ ପରବର୍ତ୍ତୀ ପ୍ରୋଟୋକଲ ମାନିବାକୁ ପଡ଼ିବ। ତେବେ ସେ ଜୁଲାଇ ୧୮ରେ ହେବାକୁଥିବା ବିରୋଧୀ ଦଳଙ୍କ ଏକଜୁଟ ବୈଠକରେ ଯୋଗଦେବେ। ଏନେଇ ଶନିବାର ଟିଏମସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ବେଙ୍ଗାଲୁରୁରେ ହେଉଥିବା ବିରୋଧୀ ଦଳଙ୍କ ବୈଠଖରେ ୨୪ ବିରୋଧୀ ଦଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Share