ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମମତା

କୋଲକାତା,୫ା୧୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ତାଙ୍କର ୩୫ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ କୋଲକାତାରେ ଖେଳିବେ।

ମମତା ତାଙ୍କ ସୋସିଆଲ ମିଡିଆ ‘X’ ରେ ଲେଖିଛନ୍ତି, ‘ଖୁସି ଯେ କି କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ଜନ୍ମଦିନରେ ଆମ ଦେଶ ପାଇଁ ଏକ ଐତିହାସିକ ମ୍ୟାଚ୍‌ ଖେଳିବା ପାଇଁ କୋଲକାତାରେ ଅଛନ୍ତି। ମୁଁ ତାଙ୍କୁ ଏବଂ ତାଙ୍କ ପରିବାରର ସଫଳତା କାମନା କରୁଛି।’ ଏହି ପୋଷ୍ଟ ସହିତ ମମତା ‘X’ରେ ବିରାଟଙ୍କ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି।

Share