Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମମତା, କହିଲେ ବଳାତ୍କାରୀଙ୍କୁ କଠୋର ଦଣ୍ଡ ସହ…

କୋଲକାତା,୨୩ା୮: କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ପ୍ରତି ଅତ୍ୟାଚାର ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ଅବଧି ମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କୁ ଅବହେଳା ପାଇଁ କଠୋର ତାଗିଦ କରାଯାଇଥିଲା।

ଏହା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ସାରା ଦେଶରେ ବଳାତ୍କାର ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଧିରେ ଧିରେ ଅନେକ ଡାକ୍ତର ସଂଗଠନ ମଧ୍ୟ ଧର୍ମଘଟରୁ ଓହରିବା ଆରମ୍ଭ କରି ଦେଇଛନ୍ତି।

ଏଥିରେ ବଳାତ୍କାର ଅପରାଧୀଙ୍କୁ କଠୋର ଦଣ୍ଡ ସହ ଏକ କଠୋର କେନ୍ଦ୍ରୀୟ ଆଇନ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ମମତା କହିଛନ୍ତି, ବଳାତ୍କାର ଘଟଣା ସମାଜ ତଥା ଦେଶର ବିବେକକୁ ଥରାଇ ଦେଇଛି। ଏହାକୁ ବନ୍ଦ କରିବା ଆମର କର୍ତ୍ତବ୍ୟ, ଯାହା ଦ୍ୱାରା ମହିଳାମାନେ ନିରାପଦ ଅନୁଭବ କରିବେ।

Share