Categories: ଜାତୀୟ

ମମତାଙ୍କ କାର୍ଟୁନ୍‌: ୧୧ ବର୍ଷ ପରେ ପ୍ରଫେସର ଦୋଷମୁକ୍ତ

କୋଲକାତା,୨୧।୧: ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଏବଂ ଦଳୀୟ ନେତା ମୁକୁଲ ରାୟଙ୍କ ବ୍ୟଙ୍ଗଚିତ୍ର ଶେୟାର କରିଥିବା ଯାଦବପୁର ୟୁନିଭର୍ସିଟି ପ୍ରଫେସର ଅମ୍ବିକେଶ ମହାପାତ୍ର ୧୧ ବର୍ଷର ଆଇନଗତ ଲଢ଼େଇ ପରେ ଦୋଷମୁକ୍ତ ହୋଇଛନ୍ତି। କାର୍ଟୁନ ଶେୟାର କରି ମର୍ଯ୍ୟାଦା ହାନି କରିଥିବା ଅଭିଯୋଗରେ ମହାପାତ୍ରଙ୍କ ବିରୋଧରେ ୨୦୧୨ ଏପ୍ରିଲ ୧୨ରେ ଇଷ୍ଟ ଯାଦବପୁର ଥାନାରେ ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଫୌଜଦାରି ମାମଲାରୁ ତାଙ୍କୁ ମୁକ୍ତ କରିବାକୁ ଆଲିପୁର ଜିଲା କୋର୍ଟ ତଳକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିରୋଧୀ ସ୍ବରକୁ ଚାପିଦେବା ପାଇଁ ପଶ୍ଚିମବଙ୍ଗ ସରକାର, ପୋଲିସ ପ୍ରଶାସନ ଏବଂ ଶାସକ ଦଳର ଗୁଣ୍ଡାମାନେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ ବୋଲି ପ୍ରଫେସର କହିଛନ୍ତି। ପ୍ରଫେସରଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୬ଏ ଏବଂ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିଲା।

Share