Categories: ଜାତୀୟ

‘ମୁଁ ବାହାର ଲୋକ, ଆଉ ଯେଉଁମାନେ ଗୁଜରାଟରୁ ଆସିଛନ୍ତି ସେମାନେ ନିଜ ଲୋକ’

କୋଲକାତା,୯।୩ : ‘ଜୟ ନନ୍ଦିଗ୍ରାମ’ ସ୍ଲୋଗାନ ସହ ମଙ୍ଗଳବାର ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଏଠାରେ ସେ ଭାଜପାର ହେଭିଓ୍ବେଟ୍‌ ନେତା ସୁଭେନ୍ଦୁ ଅଧିକାରୀଙ୍କୁ ଭେଟିବେ।

ବୁଥ ସ୍ଥରୀୟ ଟିଏମ୍‌ସି କର୍ମୀଙ୍କ ରାଲିରେ ଯୋଗଦେଇ ମମତା କହିଛନ୍ତି, କିଛି ଲୋକ ମୋତେ ନନ୍ଦିଗ୍ରାମରେ ବାହାର ଲୋକ କହୁଛନ୍ତି। ମୁଁ ପଡୋଶୀ ବିରଭମ ଜିଲାରେ ଜନ୍ମ ହୋଇଛି। ମୋତେ ଯିଏ ବାହାର ଲୋକ କହୁଛି, ସେ ମଧ୍ୟ ଏଠାରେ ଜନ୍ମ ହୋଇନାହିଁ। ଆଜି ମୁଁ ଜଣେ ବାହାର ଲୋକ ହୋଇଗଲି। ଆଉ ଯେଉଁମାନେ ଗୁଜରାଟ ଆସୁଛନ୍ତି, ସେମାନେ ବେଙ୍ଗଲର ନିଜ ଲୋକ। ମୁଁ ନନ୍ଦିଗ୍ରାମକୁ କଦାପି ଭୁଲିବି ନାହିଁ। ଏହା ମୋ ଆଖି ଭଳି। ତେବେ ମମତା ଥରେ ହେଲେ ନିଜ ପ୍ରତିଦ୍ୱନ୍ଦ୍ୱୀ ଅଧିକାରୀଙ୍କ ନାମ ନେଇ ନ ଥିଲେ।

Share