ଭାଜପାରେ ମିଶିବା ପରେ ମମତା ଦେଲେ ପ୍ରଥମ ପ୍ରତିକ୍ରିୟା, କହିଲେ ଏଥିପାଇଁ ବିଜେଡିରୁ…

ଭୁବନେଶ୍ୱର,୧।୮: ଭାଜପାରେ ଯୋଗ ଦେଲେ ମମତା ମହାନ୍ତ। ସେ ଗୁରୁବାର ଦିଲ୍ଲୀରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଭାଜପାରେ ସାମିଲ ହେବା ପରେ ମମତା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କାଲି ବିଜେଡି ସହ ରାଜ୍ୟ ସଭା ଏମ୍‌ପି ପଦରୁ ଇସ୍ତଫା ଦେଇଥିଲି। ମୟୁରଭଞ୍ଜ ଏବଂ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ବିଜେଡି ସୁଯୋଗ ଦେଇଥିବାରୁ ମୁଁ ଧନ୍ୟବାଦ ଜଣାଉଛି। ମୋର ସାର୍ବଜନିନ ଜୀବନରେ ଗୋଟିଏ ଲକ୍ଷ୍ୟ ରହିଛି ଲୋକଙ୍କ ସେବା କରିବା। ମୁଁ ଅନୁଭବ କଲି ଯେ ଗତ କିଛି ଦିନ ହେବ ବିଜେଡିରେ ମୋର ଆବଶ୍ୟକତା ଲୋଡା ପଡୁନି, ସେଥିପାଇଁ ମୁଁ ବିଜେଡିରୁ ଇସ୍ତଫା ଦେଇଛି। ତେଣୁ ଆଜି ମୁଁ ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛି। ଆମର ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ ବିଚାରାଧାରାରେ ଅନୁପ୍ରାଣିତ ହୋଇଛି। ସୂଚନାଯୋଗ୍ୟ, ମମତା ବୁଧବାର ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡି ସହ ରାଜ୍ୟ ସଭା ଏମ୍‌ପି ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ।

Share