Posted inଜାତୀୟ

ମହିଳାଙ୍କ ସୁରକ୍ଷା ପାଇଁ ୯୫କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ମମତା ସରକାର, ହେଲେ ବି କମୁନି ନିର୍ଯାତନା

କୋଲକାତା,୨୨।୮: କୋଲକାତା ଡାକ୍ତର ମଳାତ୍କାର ଓ ହତ୍ୟା ମାମଲାରେ ଦେଶ ଉଠୁଛି ପଡୁଛି। ବଳାତ୍କାର ମାମଲାରେ ତଦନ୍ତ ଯେତିକି ହେଉଛି, ହସ୍ପିଟାଲର କଳା ଇତିହାସର ଚିଠା ସେତିକି ଲମ୍ବି ଲମ୍ବି ଯାଉଛି। ଏହି ଘଟଣାକୁ ନେଇ ମମତା ସରକାରଙ୍କ ଉପରକୁ ପ୍ରଶ୍ନ ଉଠୁଥିବାବେଳେ ଏବେ ସରକାରଙ୍କ ଏକ ବଡ଼ ଯୋଜନାର ପର୍ଦ୍ଦାଫାଶ ହୋଇଛଇ। ୨୦୧୨ରେ ଦିଲ୍ଲୀରେ ନିର୍ଭୟା ଘଟଣା ପରେ ୨୦୧୩ରେ ନିର୍ଭୟା ପାଣ୍ଠି ଗଠନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ସାରା ଦେଶରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ନିର୍ଭୟା ପାଣ୍ଠିର ୭୬ ପ୍ରତିଶତ ଟଙ୍କା ଖର୍ଚ୍ଚ ହୋଇଛି।
ଏକ ଜାତୀୟ ଗଣମାଧ୍ୟର ରିପୋର୍ଟ ଅନୁଯାୟୀ, ୨୦୧୫ରେ ନିର୍ଭୟା ପାଣ୍ଠିର ଅର୍ଥ କିପରି ଖର୍ଚ୍ଚ ହେବ ସେନେଇ ଏକ କମିଟି ଗଠନ କରାଯାଇଥିଲା। କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଏହି କମିଟି ଗଠନ କରାଯାଇଥିଲା। ତେବେ ସେବେଠାରୁ ଗତ ନଅ ବର୍ଷ ମଧ୍ୟରେ ଭାରତରେ ବଳାତ୍କାର ମାମଲା ମାତ୍ର ୯.୧ ପ୍ରତିଶତ ହ୍ରାସ ପାଇଛି।

ଚଳିତ ବର୍ଷ ଏପ୍ରିଲ ୨ରେ ଲୋକ ସଭାରେ ଦିଆଯାଇଥିବା ସୂଚନାରେ କେନ୍ଦ୍ର ସରକାର କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ଭୟା ପାଣ୍ଠିରୁ ୭୧୧୨.୮୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେଥିମଧ୍ୟରୁ ୫୫୧୨.୯୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୦୨୦ରେ କରୋନା ପ୍ରଭାବ ହେତୁ ବଳାତ୍କାର ମାମଲା ସାମାନ୍ୟ ହ୍ରାସ ପାଇଥିଲା।

କୋଲକାତାର ଆର.ଜି କର ହସ୍ପିଟାଲରେ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ପୁରା ଦେଶରେ ଅସନ୍ତୋଷର ବାତାବରଣ ଖେଳି ଯାଇଛି। ତେବେ ପଶ୍ଚିମବଙ୍ଗ, ୪ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଗୋଟିଏ ଯାହାକି ନିର୍ଭୟା ପାଣ୍ଠିରୁ ଅଧିକ ଅର୍ଥ ଖର୍ଚ୍ଚ କରିଛି। ନିର୍ଭୟା ପାଣ୍ଠିରୁ ପଶ୍ଚିମବଙ୍ଗକୁ ୧୦୪.୭୨ କୋଟି ଟଙ୍କା ଆବଣ୍ଟନ କରାଯାଇ। ତେବେ ରାଜ୍ୟରୁ ଏଥିରୁ ୯୫ କୋଟି ଟଙ୍କା ଖର୍ଚ୍ଚ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ମୁହଁରେ ହସ ଫୁଟାଇବେ ଭାଜପା ସରକାର: ମହିଳାଙ୍କୁ ମିଳିବ ୨,୧୦୦ ଟଙ୍କା

ରୋହତକ,୨୦ା୯:ହରିୟାଣାରେ ଭାଜପା ପୁନର୍ବାର କ୍ଷମତାସୀନ ହେଲେ ମହିଳାମାନଙ୍କୁ ମାସିକ ୨,୧୦୦ ଟଙ୍କା ଓ କୃଷକଙ୍କୁ ୨୪ ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଦାନ...

ହଠାତ୍‌ ନିଜ ସାଙ୍ଗକୁ ଭେଟିଲେ ରାହୁଲ ଗାନ୍ଧୀ, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ତଥା ଏମ୍‌ପି ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ହରିୟାଣାର କର୍ଣ୍ଣଲ ଜିଲାରେ ପହଞ୍ଚିଛନ୍ତି। ସେ ଭୋର୍‌ ସମୟରେ ଘୋଗଦୀପୁର ଗ୍ରାମକୁ ଆସିଥିଲେ।...

ପଞ୍ଜୀକୃତ ଡାକ୍ତର ତାଲିକାରୁ ବାଦ୍‌ ପଡିଲେ ସନ୍ଦୀପ୍‌ ଘୋଷ

କୋଲକାତା,୧୯ା୯: ପଶ୍ଚିମବଙ୍ଗ ମେଡିକାଲ କାଉନ୍‌ସିଲ (ଡବ୍ଲ୍ୟୁବିଏମ୍‌ସି) ଗୁରୁବାର ଆର୍‌.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ପଞ୍ଜୀକୃତ ଡାକ୍ତର...

ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ

ନୂଆଦିଲ୍ଲୀ,୧୯।୯: ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ପରେ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଅରବିନ୍ଦଙ୍କ ଇସ୍ତଫା ଏବଂ ଅତିଶୀ ଦିଲ୍ଲୀର ନୂଆମୁଖ୍ୟ ମନ୍ତ୍ରୀ ହେବାକୁ ନେଇ ସ୍ବର୍ଗତ ସୁଷମା...

ହେମନ୍ତ ସୋରେନଙ୍କ ସଙ୍ଗିନ ଅଭିଯୋଗ, କହିଲେ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶି ମୋତେ …

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ଆପକି ସରକାର ଆପକେ ଦ୍ୱାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗରୱା...

ସିଟ ଶେୟାରିଂକୁ ନେଇ କଂଗ୍ରେସ-ଶରଦ ପାଓ୍ବାରଙ୍କ ଟେନଶନ ବଢାଇଲେ ଉଦ୍ଧବ!

ମୁମ୍ବାଇ,୧୯।୯: ମହାରାଷ୍ଟ୍ରରେ ମହାବିିକାଶ ଆଘାଡି ମଧ୍ୟରେ ସିଟ ଶେୟାରିଂ ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। ଏମଭିଏର ସିଟ ଶେୟାରିଂ ଏତେ ସହଜରେ ଶେଷ ହେବା ପରି...

ହୋଇଗଲା ସ୍ପଷ୍ଟ… କ’ଣ ହେବ କେଜରିଓ୍ବାଲଙ୍କ ପରବର୍ତ୍ତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ କେଜରିିୱାଲ ପରବର୍ତ୍ତୀ ସମୟରେ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଘଟଣା...

ରିପୋର୍ଟରୁ ହେଲା ନିଶ୍ଚିତ: ତିରୁପତି ମନ୍ଦିର ପ୍ରାସାଦରେ ହେଉଛି ଗୋରୁ ମାଂସ, ମାଛ ତେଲ ବ୍ୟବହାରର

ତିରୁପତି,୧୯।୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri