Posted inଜାତୀୟ

ଏକ୍‌ଜିଟ୍‌ ପୋଲ୍‌ରେ ମମତାଙ୍କ ହ୍ୟାଟ୍ରିକ୍‌

ନୂଆଦିଲ୍ଲୀ,୩୦ା୪:ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ହ୍ୟାଟ୍ରିକ୍‌ ବିଜୟ ହାସଲ କରି ପୁଣି ଥରେ ଶାସନ କରିପାରେ। ଏହାସହ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। କେରଳରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ଲଗାତର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଦଖଲ କରି ଇତିହାସ ରଚିବାକୁ ଯାଉଛନ୍ତି। ତାମିଲନାଡୁରେ କ୍ଷମତା ପରିବର୍ତ୍ତନ ହେବ। ଦକ୍ଷିଣ ଭାରତର ଏହି ପ୍ରମୁଖ ରାଜ୍ୟରେ ଦ୍ରାବିଡ ମୁନେତ୍ରା କାଜାଗାମ (ଡିଏମ୍‌କେ) ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ୍‌ଙ୍କ ବହୁଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ଏଠାରେ ଆକସ୍ମିକ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀଙ୍କ ନେତୃତ୍ୱକୁ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି। ଅନ୍ୟପକ୍ଷେ ଆସାମରେ ଭାଜପା ପୁନର୍ବାର କ୍ଷମତାକୁ ଫେରିପାରେ। ଗୁରୁବାର ପଶ୍ଚିମବଙ୍ଗରେ ଅଷ୍ଟମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ବୁଥ୍‌ ଫେରନ୍ତା ଭୋଟରଙ୍କଠାରୁ ସଂଗୃହୀତ ମତକୁ ନେଇ ରାତି ପ୍ରାୟ ୭ଟାରେ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ପ୍ରକାଶିତ ଏକ୍‌ଜିଟ୍‌ ପୋଲ୍‌ରୁ ଏହା ଅନୁମାନ କରାଯାଉଛି।
ବ୍ୟାପକ କୋଭିଡ୍‌ କଟକଣା ଓ ସୁରକ୍ଷା ବନ୍ଦୋବସ୍ତ ମଧ୍ୟରେ ଶେଷ ହୋଇଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ୨୯୪ ଆସନ ମଧ୍ୟରୁ ୨୯୨ ସିଟ୍‌ରେ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ମତଦାନ ଶେଷ ହୋଇଥିବାବେଳେ ଅବଶିଷ୍ଟ ୨ ଆସନରେ ମେ’ ୧୬ରେ ଭୋଟ ଗ୍ରହଣ କରାଯିବ। ସମ୍‌ଶେରଗଞ୍ଜ ଓ ଜାଙ୍ଗିପୁର ଆସନର ୨ ପ୍ରାର୍ଥୀଙ୍କ କୋଭିଡ୍‌ ମୃତ୍ୟୁ ଯୋଗୁ ଉଭୟ ସିଟ୍‌ରେ ମେ’ ୧୬ରେ ଭୋଟ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ସେହିପରି ଆସାମ ବିଧାନସଭାର ୧୨୬ ଆସନ ଲାଗି ଅନୁଷ୍ଠିତ ୩ ପର୍ଯ୍ୟାୟ (ମାର୍ଚ୍ଚ ୨୭ରୁ ଏପ୍ରିଲ ୬) ନିର୍ବାଚନରେ ୮୨.୪% ମତଦାନ ହୋଇଥିଲା। କେରଳ(୧୪୦ ଆସନରେ ୭୪.୨%), ତାମିଲନାଡୁ(୨୩୪ ଆସନରେ ୭୨.୭୮%) ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ(୩୦ ଆସନରେ ୮୧.୭୦%)ରେ ଏପ୍ରିଲ ୬ରେ ଭୋଟ ଗ୍ରହଣ କରାଯାଇଥିଲା। ପଶ୍ଚିମବଙ୍ଗର ୩୫ ଆସନରେ ଗୁରୁବାର ୭୬.୦୭% ମତଦାନ ହୋଇଥିତ୍ବା ନିର୍ବାଚନ କମିଶନଙ୍କ ସୂତ୍ରରୁ ପ୍ରକାଶ। ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୮୨୨ ଆସନରେ ଭୋଟ ଗ୍ରହଣ କରାଯାଇଥିବାବେଳେ ପଶ୍ଚିମବଙ୍ଗ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଥିଲା। କାରଣ ପଶ୍ଚିମବଙ୍ଗ ନିର୍ବାଚନ ହ୍ୟାଟ୍ରିକ୍‌ ଆଶାରେ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ସମ୍ମାନ ରକ୍ଷାର ଆହ୍ବାନ ପାଲଟିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ମର୍ଯ୍ୟାଦାର ପ୍ରଶ୍ନ ରୂପେ ଛିଡ଼ା ହୋଇଥିଲା। ଏଠାରେ ଶାସକ ଟିଏମ୍‌ସିର ମୁଖ୍ୟ ଚ୍ୟାଲେଞ୍ଜର ଭାବେ ପ୍ରଥମ ଥର ପାଇଁ ଉଭା ହୋଇଛି ଭାଜପା। ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୪୯ ହୋଇଥିବାବେଳେ ଟିଏମ୍‌ସି ୧୫୪ ଆସନ ଦଖଲ କରିବ ବୋଲି ପୋଲ୍‌ ଅଫ୍‌ ଦି ପୋଲ୍ସ ଦର୍ଶାଉଛି। ଟାଇମ୍ସ ନାଓ ଏବଂ ସି-ଭୋଟର ପକ୍ଷରୁ ମିଳିତ ଭାବେ କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଟିଏମ୍‌ସି ୧୫୮ ଆସନରେ ସଫଳତା ପାଇବ। ଭାଜପା ୧୧୫ରେ ସନ୍ତୁଷ୍ଟ ହୋଇ ବିରୋଧୀ ଆସନରେ ବସିବ। ଭାରତୀୟ କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ(ସିପିଆଇଏମ୍‌), କଂଗ୍ରେସ ଏବଂ ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ (ଆଇଏସ୍‌ଏଫ୍‌) ମେଣ୍ଟକୁ ୧୯ ଆସନରେ ସଫଳତା ମିଳିବ। ସେହିପରି ପିଏମ୍‌ଏଆର୍‌କ୍ୟୁର ଆକଳନ ହେଉଛି ଟିଏମ୍‌ସି ୧୫୮, ଭାଜପା ୧୨୦ ଏବଂ ବାମ-କଂଗ୍ରେସ-ଆଇଏସ୍‌ଏଫ୍‌ ମେଣ୍ଟ ୧୪ ଆସନ ଦଖଲ କରିବ। ଇଟିଜିର ଆକଳନ ଅନୁସାରେ ଟିଏମ୍‌ସି ୧୬୯, ଭାଜପା ୧୧୦ ଏବଂ ବାମ ନେତୃତ୍ୱାଧୀନ ମେଣ୍ଟ ୧୨ ସିଟ୍‌ରେ ବିଜୟୀ ହେବ। ସିଏନ୍‌ଏକ୍ସ-ରିପବ୍ଲିକ୍‌ର ଗଣିତ କହୁଛି ଟିଏମ୍‌ସି ୧୩୩ ଆସନରେ ସୀମିତ ରହି କ୍ଷମତାଚ୍ୟୁତ ହେବ। ଭାଜପା ୧୪୩ ଆସନରେ ବିଜୟୀ ହେବା ସହ ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ଶାସନ କରିବାକୁ ଯାଉଛି ବୋଲି ଏହି ସର୍ବେକ୍ଷଣ ସଂସ୍ଥା ଭବିଷ୍ୟବାଣୀ କରିଥିବାବେଳେ ବାମ ନେତୃତ୍ୱାଧୀନ ମେଣ୍ଟକୁ ୧୬ ଆସନ ଦେଇଛି। ମତଦାନର ୧ ଘଣ୍ଟା ପରେ ଉପରୋକ୍ତ ସର୍ବେକ୍ଷଣ ସଂସ୍ଥା ଓ ଜାତୀୟ ଗଣମାଧ୍ୟମ ପକ୍ଷରୁ ଏହି ଏକ୍‌ଜିଟ୍‌ ପୋଲ ପ୍ରକାଶ ପାଇଛି। ବୁଥ୍‌ ଫେରନ୍ତା ଭୋଟରଙ୍କ ମତାମତକୁ ନେଇ ସାମଗ୍ରିକ ଭାବେ ଉକ୍ତ ଆକଳନ କରାଯାଇଛି। ତେବେ କେଉଁ ରାଜ୍ୟ ପାଇଁ କେଉଁ ସର୍ବେକ୍ଷଣ ସଂସ୍ଥାର ଭବିଷ୍ୟବାଣୀ ସତ ହେବ ତାହା ମେ’ ୨ରେ ଭୋଟ ଗଣତି ପରେ ସ୍ପଷ୍ଟ ହେବ। କାରଣ ଅନେକ ସମୟରେ ଏକ୍‌ଜିଟ୍‌ ପୋଲ୍‌ ଭୁଲ୍‌ ପ୍ରମାଣିତ ହୋଇଥିବା ପୂର୍ବ ଅଭିଜ୍ଞତାରୁ ଜଣାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରରେ ୧୬୦ କି.ମି. ଓସାର ଗର୍ତ୍ତ ଠାବକଲା ପ୍ରଜ୍ଞାନ ରୋଭର

ନୂଆଦିଲ୍ଲୀ,୨୩।୯ : ଚନ୍ଦ୍ରୟାନ-୩ ମିଶନର ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ୧୬୦ କି.ମି. ଓସାରର ଏକ ପୁରାତନ ଗର୍ତ୍ତ ଠାବ କରିଛି। ଚନ୍ଦ୍ର ଦକ୍ଷିଣ ମେରୁ ଐତ୍‌କେନ...

ଦଳିତଙ୍କୁ ନିର୍ଯାତନା: ୫ମରେ ଓଡ଼ିଶା

ନୂଆଦିଲ୍ଲୀ,୨୩।୯: ଦେଶରେ ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଜନଜାତି (ଏସ୍‌ଟି)ଙ୍କ ପ୍ରତି ବର୍ବରତା ବଢ଼ିବାରେ ଲାଗିଛି। ଉଭୟ ଏସ୍‌ସି ଏବଂ ଏସ୍‌ଟିଙ୍କୁ ନିର୍ଯାତନା ମାମଲାରେ...

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri