Categories: ଜାତୀୟ

ନୂଆ ମୁହଁ ଉପରେ ମମତାଙ୍କ ଭରସା: ବ୍ରିଗେଡ୍‌ରେ ୧୮ ନୂଆ, ୨୫ ପୁରୁଣା ସଦସ୍ୟ…

କୋଲକାତା,୧୦।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବ୍ରିଗେଡ୍‌ ତୃତୀୟ ଥର ପାଇଁ ଶାସନ ଡୋର ଧରିଛନ୍ତି। ଚଳିତ ଥର ମମତା ଦିଦିଙ୍କ ବ୍ରିଗେଡ୍‌ରେ ୪୩ ମନ୍ତ୍ରୀ ସାମିଲ ହୋଇଛନ୍ତି। ସୋମବାର ୧୦ଟା ୪୫ରେ ରାଜଭବନର ଥ୍ରୋନ୍‌ ହଲ୍‌ରେ ୪୦ ନବ ନିର୍ବାଚିତ ବିଧାୟକ ମନ୍ତ୍ରୀଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ଅତ୍ୟ ୩ ଜଣ ସଦସ୍ୟ ଭର୍ଚ୍ୟୁଆଲ ମାଧ୍ୟମରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଜଗଦୀପ୍‌ ଧାନଖାର ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ମମତାଙ୍କ ମନ୍ତ୍ରୀ ମଣ୍ଡଳରେ ୧୮ ଜଣ ନୂଆ ମୁହଁ ସ୍ଥାନ ପାଇଛନ୍ତି। ପୁରୁଣାଙ୍କ ତୁଳନାରେ ନୂଆ ମୁହଁ ଉପରେ ମମତା ଭରସା କରିଥିବା ରାଜନୈତିକ ସମୀକ୍ଷକ ମତ ପୋଷଣ କରିଛନ୍ତି। ସେହିପରି ମନ୍ତ୍ରୀ ମଣ୍ଡଳରେ ୨୫ ଜଣ ଅଭିଜ୍ଞ ବିଶ୍ୱାସୀ ସଦସ୍ୟ ମଧ୍ୟ ରହିଛନ୍ତି। ଗତଥର ମମତାଙ୍କ ମନ୍ତ୍ରୀ ମଣ୍ଡଳରେ ୪୪ ଜଣ ମନ୍ତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୨୮ କ୍ୟାବିନେଟ୍‌ ଏବଂ ୧୬ ରାଜ୍ୟ ମନ୍ତ୍ରୀ ଥିଲେ। ଚଳିତ ଥର ୯ ଜଣ ରାଜ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Share