Categories: ଜାତୀୟ

ଜମି ବିବାଦ ମାମଲାରେ ଅମର୍ତ୍ତ୍ୟଙ୍କୁ ମମତାଙ୍କ ସମର୍ଥନ

କୋଲକାତା, ୨୯।୧୨ : ଶାନ୍ତି ନିକେତନରେ ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍‌ଙ୍କର ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେଇଥିଲାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସମର୍ଥନ ଜଣାଇଥିଲେ। ଏଥିପାଇଁ ଅମର୍ତ୍ତ୍ୟ ମମତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ପରିସର ଜବରଦଖଲ ହୋଇଥିବା ଏହାର କର୍ତ୍ତୃପକ୍ଷ ଶିକ୍ଷା ମନ୍ତ୍ରଣାଳୟକୁ ପତ୍ର ଲେଖି ଜଣାଇଥିଲେ। ଜବରଦଖଲକାରୀଙ୍କ ମଧ୍ୟରେ ପ୍ରଫେସର ଅମର୍ତ୍ତ୍ୟ ସେନ୍‌ଙ୍କ ନାଁ ରହିଛି। ପ୍ରଫେସର ସେନ୍‌ ଭାଜପା ଓ ଏହାର ସରକାରଙ୍କ ନୀତି ଆଦର୍ଶର ସମାଲୋଚକ ହୋଇଥିବାରୁ ଗୈରିକ ଦଳ ବିବାଦ ସୃଷ୍ଟି କରୁଥିବା ମମତା ଅଭିଯୋଗ କରିଥିଲେ। ଶାନ୍ତି ନିକେତନରେ ଅମର୍ତ୍ତ୍ୟଙ୍କର ପାରିବାରିକ ଘର ‘ପ୍ରତିଚି’ ତାଙ୍କ ମାମୁଁ ଅଜା କ୍ଷୀତିମୋହନ ସେନ୍‌ ନିର୍ମାଣ କରିଥିଲେ।

Share