ମମିତା ମେହେର ହତ୍ୟାକାଣ୍ଡ ମାମଲା: କୋର୍ଟରେ ହାଜର ହେଲେ ଗୋବିନ୍ଦ-ରାଧେ

ବଲାଙ୍ଗୀର ଅଫିସ,୨୨ା୬: ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଶ୍ୟାମ ଚଣ୍ଡୀ ବୁଧବାର ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏ.ଡି.ଜେ କୋର୍ଟରେ ହାଜର ହୋଇଛନ୍ତି। ବଲାଙ୍ଗୀର ସ୍ବତନ୍ତ୍ର ପୋଲିସ ଫୋର୍ସ ଅଭିଯୁକ୍ତମାନଙ୍କୁ କଣ୍ଟାବାଞ୍ଜି ସବ୍‌ଜେଲ୍‌ରୁ ଆଣି ଏ.ଡି.ଜେ. କୋର୍ଟରେ ହାଜର କରିଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ ଲଢୁଥିବା ଓକିଲ ପୋଲିସ ତଦନ୍ତର ସମସ୍ତ ଦସ୍ତାବିଜ୍‌ ପ୍ରଦାନ କରିବାକୁ ପିଟିଶନ ଦେଇଥିବାରୁ ଏହା ଉପରେ ସରକାରୀ ଓକିଲ ନିଜର ଯୁକ୍ତି ରଖିଥିଲେ। ଏହାକୁ ବିଚାର କରି କୋର୍ଟ ଆସନ୍ତା ୨୪ ତାରିଖକୁ ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି।

ଏଥିସହ ଏହି ହତ୍ୟାକାଣ୍ଡ ମାମଲାର ଅନ୍ୟ ଜଣେ ସହଯୋଗୀ ରାଧେ ଶ୍ୟାମ ଚଣ୍ଡୀଙ୍କ ଜାମିନ୍‌ ପିଟିଶନ ଉପରେ କୋର୍ଟରେ ବିଚାର ହୋଇଥିଲା। ଏହାର ଶୁଣାଣି ମଧ୍ୟ ଆସନ୍ତା ୨୪ ତାରିଖକୁ ଧାର୍ଯ୍ୟ କରାଯାଇଛି।

Share