କଣ୍ଟାବାଞ୍ଜି,୫।୪(ଡି.ଏନ୍.ଏ.): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାଙ୍କର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ମଙ୍ଗଳବାର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହୋଇଛନ୍ତି। କଡା ସୁରକ୍ଷା ବଳରେ ପୋଲିସ ସେମାନଙ୍କୁ କଣ୍ଟାବାଞ୍ଜି କୋର୍ଟରେ ହାଜର କରିଛି । ଗୋବିନ୍ଦ ସାହୁଙ୍କ ଓକିଲଙ୍କ କହିବା ଅନୁସାରେ ସେମାନେ କଲ ରେକର୍ଡ, ସାଇଣ୍ଟିଫିକ ତଦନ୍ତର ରିପୋର୍ଟ ଭଳି କିଛି ଗୁରୁତ୍ୱପୂର୍ଣ କାଗଜପତ୍ର ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଯାହାର ଆଜି ଶୁଣାଣି ଥିଲା ।
ଅନ୍ୟପକ୍ଷେ ଆସନ୍ତା ୧୮ ତାରିଖ ଦିନ ପୁଣି ଗୋବିନ୍ଦଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସରକାରୀ ଓକିଲ ସୂଚନା ଦେଇଛନ୍ତି ।