ଭାଜପା ସଦସ୍ୟ ହେଲେ ମମିତା ମେହେରଙ୍କ ମା’ବାପା

କଣ୍ଟାବାଞ୍ଜି,୧୦ା୧୦(ଗୁରୁ ଦୟାଲ ହଂସ):ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ବୁଧବାର ମମିତାଙ୍କ ମା’ବାପା ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀର ତୁରେକେଲା ବ୍ଲକ ଝରଣି ଗ୍ରାମ ପଞ୍ଚାୟତର ସଦର ଗ୍ରାମରେ ଭାଜପାର ସଦସ୍ୟତା ଅଭିଯାନ ବୁଧବାର ଦିନ ଆରମ୍ଭ ହୋଇଛି। ଏହି ଅବସରରେ ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ ଓ ଭାଜପାର ଜିଲା ସଭାପତି ଶିବାଜୀ ମହାନ୍ତିଙ୍କ ଉପସ୍ଥିତିରେ ସଦର ଗାଁର ଶତାଧିକ ମହିଳା ଓ ଯୁବକ ଭାଜପାର ସଦସ୍ୟତା ଗ୍ରହଣ କରିଥିଲେ। ଏହାଛଡା ଝରଣି ଓ ତେନ୍ତୁଲିଖୁଣ୍ଟି ଗ୍ରାମର ମୁସଲମାନ ସମ୍ପ୍ରଦାୟର ମହିଳା ପୁରୁଷ ମଧ୍ୟ ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ସମୟରେ ସଂଖ୍ୟାଲଘୁ ମୋର୍ଚ୍ଚାର ଜିଲା ସଭାପତି ଅହମ୍ମଦ ତୁଲ୍ଲା ଖାନ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦଶହରା ପାଇଁ ଦାରିଙ୍ଗବାଡ଼ି-ସିମନବାଡ଼ି ଉତ୍ସବମୁଖର, ଆରମ୍ଭ ହେଲା ମା’ଙ୍କ ଅଷ୍ଟମୀ ପୂଜା

ଦାରିଙ୍ଗବାଡ଼ି,୧୦ା୧୦(ଅରୁଣ ସାହୁ): ଆସିଲା ପାର୍ବଣ ଋତୁ। ଏବେ ଚାରିଆଡ଼େ ଶାରଦୀୟ ପୂଜା ପାଇଁ ଉତ୍ସବମୁଖର ହୋଇପଡ଼ିଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହିଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି...

ସ୍କୁଟିକୁ ସାମ୍ନାପଟୁ ଧକ୍କାଦେଲା ବାଇକ୍‌, ୪ ଗୁରୁତର

ପାଟଣା,୧୦ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ହନୁମାନ ଛକ ନିକଟରେ ଗୁରୁବାର ଅପରାହ୍ନରେ ଏକ ବାଇକ୍‌ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା।...

ଟ୍ରାକ୍‌ରେ ଯାଉଥିଲା ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍‌, ଟନେଲ୍‌ରୁ ଖସିଲା ପଥର, ଆଉ ତା’ ପରେ…

କୋରାପୁଟ/ଲକ୍ଷ୍ମୀପୁର,୧୦ା୧୦(ଅମିତାଭ ବେହେରା/ଅନନ୍ତ ନାୟକ): ବୁଧବାର ବିଳମ୍ବିତ ରାତିରେ କୋରାପୁଟ-ରାୟଗଡ଼ା ରେଳପଥରେ ଟନେଲ ମଧ୍ୟରୁ ପଥର ଖସି ରେଳ ଧାରଣା ଉପରେ ପଡ଼ିଲା। ଛିଣ୍ଡିଗଲା ଓଭର ହେଡେ୍‌ଡ...

ନବମୀରେ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ

କଟକ,୧୦ା୧୦(ଶିଳ୍ପା ପ୍ରିୟଦର୍ଶିନୀ): ପୂଜା ପାଇଁ କଟକ ସହର ଉତ୍ସବମୁଖର ହୋଇଉଠିଛି। ବିଭିନ୍ନ ମଣ୍ଡପରେ ଗୁରୁବାର ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହେବ। ତେବେ ଦୁର୍ଗାପୂଜାରେ...

ନିଜ ଦଳ ନାଁରେ ଏମିତି କହିଦେଲେ ବିଧାୟକ ସୌଭିକ ବିଶ୍ୱାଳ: ଚାଲିଛି ଚର୍ଚ୍ଚା

କଟକ,୧୦ା୧୦(ଶିଳ୍ପା ପ୍ରିୟଦର୍ଶିନୀ):ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ କଟକ ଜିଲା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ କଟକ ସାରଳା ଭବନଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭା ସଦସ୍ୟ...

ପୁଣି କୂଅରେ ପଡିଲା ଦନ୍ତା ହାତୀ: ଉଦ୍ଧାର ଜାରି

ଭବାନୀପାଟଣା/ନର୍ଲା ୧୦।୧୦(ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର):କଳାହାଣ୍ଡି ଜିଲା ନର୍ଲା ରେଞ୍ଜ ଜାମ ପଡା ଗାଁ ନିକଟ ଏକ ପରିତ୍ୟକ୍ତ କୂଅରେ ଏକ ଦନ୍ତା ହାତୀ ପଡିଯାଇଛି।...

ମା’ ସମଲେଶ୍ବରୀଙ୍କ ମହାଗୌରୀ ବେଶ: ପ୍ରବଳ ଭକ୍ତଙ୍କ ସମାଗମ

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଗୁରୁବାର ମା’ ସମଲେଶ୍ବରୀ ମହାଗୌରୀ ବେଶରେ ଦର୍ଶନ...

କଜଳପାତିଆରୁ ଚାଲାଣ ହେଉଛି ସବୁଜ ଗେଣ୍ଡା

ମହାକାଳପଡ଼ା, ୧୦ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଉପରମୁଣ୍ଡରୁ ବନ୍ୟାଜଳ ସମୁଦ୍ରରେ ମିଶିଲେ ବିରଳ ପ୍ରଜାତିର ସବୁଜ ଗେଣ୍ଡା ମାଟି ଗୋଳି ପାଣି ଖାଇଥାନ୍ତି। ବିଶେଷକରି ବର୍ଷାଦିନରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri