ଛତ୍ରପୁର,୨୮ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଭାଜପା ସାଙ୍ଗଠନିକ ଘୁମୁସର ଜିଲା ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି କରାଯାଇଛି। ମମିତା ପରିବାରକୁ ନ୍ୟାୟ ଦାବିରେ ଗଞ୍ଜାମ ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପୋଲିସ କର୍ମଚାରୀ ଓ ଭାଜପା ନେତା ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ମମିତାଙ୍କ ପରିବାରକୁ ନ୍ୟାୟ ଦେବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଏବଂ ଗିରଫଦାରୀ ଦାବି କରିଛି ଜିଲା ଭାଜପା ଯୁବ ମୋର୍ଚ୍ଚା। ଏନେଇ ଏକ ଶୋଭାଯାତ୍ରା ଛତ୍ରପୁର ଉପରବସଷ୍ଟାଣ୍ଡରୁ ବାହାରି ଗଞ୍ଜାମ ଏସ୍ପି ଅଫିସ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ବ୍ୟାପକ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିରେ ୪ ଅତିରିକ୍ତ ଏସ୍ପି, ୬ ଡିଏସ୍ପି, ୧୦ ଥାନାର ଅଧିକାରୀ, ୧୫ ଏସ୍ଆଇ/ଏଏସ୍ଆଇ ଏବଂ ୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।