ମମିତା ହତ୍ୟାକାଣ୍ଡ ମାମଲା: ଏଡିଜେ କୋର୍ଟରେ ହାଜର ହେଲେ ଗୋବିନ୍ଦ ସାହୁ

ବଲାଙ୍ଗୀର ଅଫିସ,୮।୭: ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ଶୁକ୍ରବାର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହୋଇଛନ୍ତି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୋବିନ୍ଦ ଏବଂ ସହଯୋଗୀ କୋର୍ଟ ପହଞ୍ଚିଛନ୍ତି। ଗୋବିନ୍ଦଙ୍କୁ ହାଇକୋର୍ଟ ୧୫ ଦିନିଆ ଅନ୍ତରୀଣ ଜାମିନ ଆଦେଶ ଦେବା ପରେ ଆଜି ଏଡିଜେ କୋର୍ଟରେ ହାଜର ହୋଇଥିବା ଜଣାପଡ଼ିଛି।

Share