ମମିତା ମେହେର ହତ୍ୟା ମାମଲା: ମହାଲିଙ୍ଗ କଲେଜ ଅଧ୍ୟକ୍ଷ, ଶିକ୍ଷକ ଗିରଫ

ଭବାନୀପାଟଣା/ବଳାଙ୍ଗୀର ଅଫିସ, ୧।୧୨(ସ୍ବ.ପ୍ର): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ପୋଲିସ ବୁଧବାର ରାତିରେ ୨ ଜଣକୁ ଉଠାଇ ନେଇଥିଲା। ଗୁରୁବାର କଣ୍ଟାବାଞ୍ଜି ଥାନା ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେମାନେ ହେଲେ ମହାଲିଙ୍ଗ କଲେଜର ଅଧ୍ୟକ୍ଷ ରଞ୍ଜିତ ସାହୁ, ଶିକ୍ଷକ କୃତି ଚନ୍ଦନ।

ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ପାଇଁ ପ୍ରଲୋଭନ ଦେବା ସହିତ ଧମକ ଚମକ ଦେଉଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ୨ଜଣଙ୍କୁ ଗିରଫ କରିଛି।

Share