କଟକ ଅଫିସ,୧୮ା୧୧: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ତଦନ୍ତ ନେଇ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ। ତଦନ୍ତ କେତେ ଦୂର ଆଗେଇଛି ସେନେଇ ଏହି ରିପୋର୍ଟ ମାଗିଛନ୍ତି କୋର୍ଟ। ଆସନ୍ତା ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି।
ଝିଅକୁ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମମିତାଙ୍କ ପରିବାର ଲୋକେ। ନିର୍ଦ୍ଦିଷ୍ଟ ସମୟ ଭିତରେ ତଦନ୍ତ ଶେଷ କରିବାକୁ ଏଥିରେ ଆବେଦନ କରାଯାଇଥିଲା। ଗୃହ ସଚିବ, ଡିଜିପି, ବଲାଙ୍ଗୀର ଜିଲାପାଳ ଓ ଏସ୍ପିଙ୍କୁ ପକ୍ଷଭୁକ୍ତ ପାଇଁ ଆବେଦନ କରାଯାଇଥିଲା।