Categories: ଜାତୀୟ

‘ବେଟି ବଚାଓ’ ଏବେ ‘ବେଟି ଜଲାଓ’ରେ ହୋଇଛି ପରିବର୍ତ୍ତନ, ଆଗାମୀ ନିର୍ବାଚନରେ ହାରିବ ଭାଜପା: ମମତା

କୋଲକାତା,୨୧।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଣିପୁର ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ‘ବେଟି ବଚାଓ’ ସ୍ଲୋଗାନ ଦେଇଥିଲେ। ଆମେ ମଣିପୁର ଲୋକଙ୍କ ସହ ଅଛୁ। ଆଜି କେବଳ ମଣିପୁର ନୁହେଁ ସମ୍ପୂର୍ଣ୍ଣ ଦେଶର ସ୍ଥିତି ଖରାପ ହୋଇଯାଇଛି।

ଭାଜପାକୁ ସମାଲୋଚନା କରି ମମତା କହିଛନ୍ତି ଯେ ଭାଜପାର ‘ବେଟି ବାଚାଓ’ ସ୍ଲୋଗାନ ବର୍ତ୍ତମାନ ‘ବେଟି ଜାଲାଓ’ରେ ପରିଣତ ହୋଇଛି। ସେ କହିଛନ୍ତି ଯେ ଏହି ଲୋକମାନେ ଏବେବି ଚୁପ ଅଛନ୍ତି, କିନ୍ତୁ ଆଗାମୀ ନିର୍ବାଚନରେ ଦେଶର ଲୋକମାନେ ଖୁବ ଶୀଘ୍ର ଉତ୍ତର ଦେବେ। ସେ ଆହୁରି ମଧ୍ୟ କହିଛନ୍ତି ବିଲକିସ ବାନୋ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ଦିଆଗଲା। ରେସଲର ମାମଲାରେ ବ୍ରିଜ ଭୂଷଣ ଶଣର ସିଂଙ୍କୁ ବି ଜାମିନ ମିଳିଗଲା। ଦେଶର ମହିଳା ଆଗାମୀ ନିର୍ବାଚନରେ ଆପଣଙ୍କୁ ରାଜନୀତିରୁ ବାହାର କରିଦେବେ।

Share