Categories: ଜାତୀୟ

କେନ୍ଦ୍ର ସରକାର ଦେଉନାହାନ୍ତି ବକେୟା, ରାତି ସାରା ଧାରଣାରେ ବସି ରହିଲେ ମମତା

କୋଲକାତା,୩।୨: ବିଭିନ୍ନ ସମାଜ କଲ୍ୟାଣ ଯୋଜନା ଲାଗି କେନ୍ଦ୍ର ସରକାରଙ୍କ ଉପରେ ପଶ୍ଚିମବଙ୍ଗର ଥିବା ବକେୟା ଦାବି ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିଛନ୍ତି। ଶନିବାର ମଧ୍ୟ ଅନୁରୂପ ଭାବେ ଦଳର ନେତାମାନଙ୍କ ସହ କୋଲକାତାର ଭୀମରାଓ ଆମ୍ବେଦକରଙ୍କ ମୂର୍ତ୍ତୀ ସମ୍ମୁଖରେ ସେ ପ୍ରଦର୍ଶନ ଜାରି ରଖିଛନ୍ତି। ଥଣ୍ଡା ପଡ଼ୁଥିବା ସତ୍ତ୍ୱେ ଶୁକ୍ରବାର ରାତିସାରା ସେ ଧାରଣାସ୍ଥଳରେ ବସି ରହିଥିଲେ। ତାଙ୍କ ସହ ମନ୍ତ୍ରୀ ଫିରହାଦ ହାକିମ୍‌ ଏବଂ ଅରୁପ୍‌ ବିଶ୍ୱାସ ସମେତ ଅନେକ ନେତା ମଧ୍ୟ ଥିଲେ।

କହିରଖୁଛୁ, ଭାଜପା ସରକାର ପଶ୍ଚିମବଙ୍ଗର ମନରେଗା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ଅନ୍ୟ କଲ୍ୟାଣକାରୀ ଯୋଜନା ଆଦି ଲାଗି ହଜାର ହଜାର କୋଟି ଟଙ୍କା ବକେୟା ରଖିଥିବା ମମତା ଦାବି କରି ଆସୁଛନ୍ତି। ଏହା ରବିବାର ଯାଏ ଜାରି ରହିବ। କାରଣ ସୋମବାର ରାଜ୍ୟର ବଜେଟ ଅଧିବେଶନ ଆରମ୍ଭ ହେବ।

Share