Categories: ଜାତୀୟ

ପଞ୍ଚାୟତ ନିର୍ବାଚନରେ ଟିଏମ୍‌ସିର ବାଜିମାତ୍‌ ପରେ ଜନସାଧାରଣଙ୍କୁ ଧନ୍ୟବାଦ ଦେଲେ ମମତା, କହିଲେ ଲୋକଙ୍କ ହୃଦୟରେ ଟିଏମ୍‌ସି

କୋଲକାତା,୧୨।୭: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଗଣନା ଚାଲିଛି। ମଙ୍ଗଳବାର ପଞ୍ଚାୟତ ନିର୍ବାଚନରେ ଟିଏମ୍‌ସି ବଡ଼ ବିଜୟ ହାସଲ କରିବାକୁ ଯାଉଛି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ନିର୍ବାଚନର ଫଳାଫଳ ପାଇଁ ଜୁଲାଇ ୧୧ ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିଲା, ଯାହା ଏବେବି ଜାରି ରହିଛ। ମଙ୍ଗଳବାର ରାତି ୧୧.୩୦ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତର ୬୩,୨୨୯ଟି ସିଟ୍‌ ମଧ୍ୟରୁ ଟିଏମ୍‌ସି ୩୦,୩୯୧ଟି ସିଟ ସୁରକ୍ଷିତ କରିଛି। ଯେଉଁଠାରେ ଭାଜପା କେବଳ ୮,୨୩୯ଟି ଆସନ ହାସଲ କରିଛି। ଟିଏମ୍‌ସି ୧,୭୬୭ଟି ଆସନରେ ଆଗୁଆ ଥିବାବେଳେ ଭାଜପା ମାତ୍ର ୪୪୭ଟି ଆସନରେ ଆଗରେ ରହିଛି। ସିପିଆଇ (ଏମ) ଏ ପର୍ଯ୍ୟନ୍ତ ମାତ୍ର ୨୫୩୪ସିଟ ଜିତିବାରେ ସକ୍ଷମ ହୋଇଛି ଏବଂ କଂଗ୍ରେସ ମାତ୍ର ୨,୧୫୮ ଟି ସିଟ ଜିତିବାରେ ସକ୍ଷମ ହୋଇଛି। ସିପିଆଇ (ଏମ) ୨୩୭ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ କେବଳ ୧୫୧ ଟି ଆସନରେ ଆଗୁଆ ରହିଛି।

Share